ବିରାଟଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଅନୁଷ୍କା ଶର୍ମା : ଭାଇରାଲ୍ ହେଲା ଫଟୋ

Published By : Prameya-News7 Bureau | November 06, 2020 IST

ନୂଆଦିଲ୍ଲୀ ୬/୧୧: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଧିକାଂଶ ସମୟରେ ନିଜ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ତଳେ ସେ ନିଜ ସ୍ବାମୀଙ୍କ ୩୨ତମ ଜନ୍ମଦିନ ଧୁମଧାମରେ ସେଲିବ୍ରେଟ୍ କରିଥିଲେ। ସେ ନିକଟରେ ସ୍ବାମୀ ବିରାଟ କୋହଲିଙ୍କ ସହ ନିଜ କିଛି ରୋମାଣ୍ଟିକ୍ ଫଟୋ ମଧ୍ୟ ସେୟାର କରିଥିଲେ। ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।

{"id":356956,"sizeSlug":"large"}

ଅନୁଷ୍କା ଶର୍ମାଙ୍କ ଏହି ରୋମାଣ୍ଟିକ୍ ଫଟୋରେ ସେ ଏବଂ ବିରାଟ କୋହଲି ପରସ୍ପରକୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି। ଏହା ସହିତ ଏକ ଫଟୋରେ ଅନୁଷ୍କା ଶର୍ମା ତାଙ୍କୁ କିସ୍ କରୁଥିବା ମଧ୍ୟ ନଜର ଆସିଛନ୍ତି। ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ଖୁବ୍ କ୍ୟୁଟ୍ ଲାଗୁଛି।

{"id":356957,"sizeSlug":"large"}

ବିରାଟ ଏବଂ ଅନୁଷ୍କା ଖୁବ୍ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ମାସରେ ଉଭୟଙ୍କ ଘରେ ନୂଆ ଅତିଥି ଆସିବ।

{"id":356958,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.