ବିରାଟଙ୍କ ସହ ଭାମିକାଙ୍କ ଫଟୋ ସେୟାର କଲେ ଅନୁଷ୍କା : ଭାଇରାଲ ହେଉଛି ଫଟୋ...

Published By : Prameya-News7 Bureau | October 20, 2021 IST

ମୁମ୍ବାଇ ୨୦।୧୦ : ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା – ବିରାଟ କୋହଲିଙ୍କୁ ନେଇ ଖୁବ୍‌ ଲୋକପ୍ରିୟ ଦମ୍ପତ୍ତି ଭାବେ ପରିଚିତ। ଦୁହେଁ ଏବେ ଏକ କନ୍ୟା ସନ୍ତାନର ପିତା-ମାତା ହେବା ପରେ ବେଶ୍‌ ଖୁସିରେ ଅଛନ୍ତି। ସେ ତାଙ୍କ ଦିନ ଗୁଡିକ ବେଶ୍‌ ଖୁସିରେ ଅତିବାହିତ କରୁଛନ୍ତି । ବର୍ତ୍ତମାନ ଅନୁଷ୍କା ଏବେ ଦୁବାଇରେ ବିରାଟଙ୍କ ସହ ଅଛନ୍ତି । ବିରାଟଙ୍କୁ ଉତ୍ସାହିତ କରିବା ପାଇଁ ସେଠାକୁ ପହଞ୍ଚିଛନ୍ତି ।ନିକଟରେ ସେ କ୍ବାରେଣ୍ଟାଇନ୍‌ରେ ତିବା ନେଇ ସୂଚନା ମଧ୍ୟ ଦେଇଛନ୍ତି । ଏବେ ତାଙ୍କର କ୍ବାରେଣ୍ଟାଇନ୍‌ ଶେଷ ହେବା ପରେ ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ଭାମିକାଙ୍କ ସହିତ ବିରାଟଙ୍କର ଏକ ଫଟୋ ଶେୟାର କରିଛନ୍ତି।

wp:html
/wp:html

ଅନୁଷ୍କା ସେୟାର କରିଥିବା ଏହି ଫଟୋରେ ଭାମିକା ଖେଳୁଥିବା ବେଳେ ବିରାଟ ତାଙ୍କୁ ଖେଳାଉଥିବାର ନଜର ଆସୁଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହା ସହ ସେ କ୍ୟାପସନ୍‌ରେ ଲେଖିଛନ୍ତି‘ମୋର ପୂରା ହୃଦୟ ଗୋଟିଏ ଫ୍ରେମରେ’ ବୋଲି ସେ ସେୟାର କରିଛନ୍ତି।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.