ବିରାଟ କୋହଲିଙ୍କୁ ଏତେ ଶୀଘ୍ର କାହିଁକି ବାହା ହେଲେ, ଅନୁଷ୍କା ଖୋଲିଲେ ଗୁମର

Published By : Prameya-News7 Bureau | July 16, 2019 IST

ମୁମ୍ବାଇ ୧୬/୭: ହଠାତ୍ ଆସିଥିବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ବିବାହ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। କିଛି ସପ୍ତାହ ପୂର୍ବରୁ ଏହା ବିଷୟରେ ଶୁଣାଯାଇଥିଲେ ମଧ୍ୟ ଅନୁଷ୍କା ଏତେ କମ୍ ବୟସରେ ବିବାହ କରିବା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା।

{"id":134306}

ଏବେ ନିକଟରେ ଅନୁଷ୍କା ଏହି କଥାର ଖୁଲାସା କରିଛନ୍ତି ଯେ ସେ ବିରାଟଙ୍କୁ ଏତେ ଶୀଘ୍ର କାହିଁକି ବିବାହ କରିଥିଲେ। ସେ କହିଥିଲେ ଯେ ‘ଆମ ଦର୍ଶକ ଆମ ସହିତ ଏତେ ଯୋଡ଼ି ହୋଇଛନ୍ତି ଯେତେ ଇଣ୍ଡଷ୍ଟ୍ରି ସହିତ ଯୋଡ଼ି ହୋଇନାହାନ୍ତି। ଦର୍ଶକ କଳାକାରଙ୍କୁ କେବଳ ପରଦାରେ ଦେଖିବାକୁ ଚାହୁଁଛନ୍ତି। ସେମାନଙ୍କୁ ଆମର ବ୍ୟକ୍ତିଗତ ଜୀବନରେ କୈାଣସି ମତଲବ ନାହିଁ। ତାଙ୍କୁ ଫରକ ପଡ଼ିନଥାଏ ଯେ ଆପଣଙ୍କ ବିବାହ ହୋଇଯାଇଛି ଏବଂ ଆପଣ ମାଆ ହୋଇଯାଇଛନ୍ତି। ମୁଁ ଏକ ଅଭିନେତ୍ରୀ ହିସାବରେ ବହୁତ କମ୍ ବୟସରେ ବିବାହ କରିଛି। ମୁଁ ଏପରି କରିଥିଲି କାରଣ ମୋତେ ପ୍ରେମ ହୋଇଯାଇଥିଲା। ଏବଂ ମୁଁ ତାଙ୍କୁ ବହୁତ ଭଲ ପାଏ। ବିବାହ ଏକ ଏପରି ଜିନିଷ ଯାହା ସମ୍ପର୍କକୁ ଆଗକୁ ନେଇ ଯାଇଥାଏ। ମୁଁ ସବୁବେଳେ ଏହି କଥାରେ ଛିଡ଼ା ହୋଇଛି ଯେ ମହିଳାଙ୍କ ସହ ମଧ୍ୟ ସମାନ ବ୍ୟବହାର କରିବା ଉଚିତ୍।

{"id":134307}

ସେ ମଧ୍ୟ କହିଥିଲେ ଯେ ‘ମୁଁ ଚାହୁଁନଥିଲି ଯେ ନିଜ ଜୀବନର ସବୁଠୁ ସୁନ୍ଦର ମୁହୂର୍ତ୍ତ ବଞ୍ଚିବାବେଳେ ମୋ ମନରେ ଡର ରହୁ। ଯଦି ଜଣେ ପୁରୁଷ ବିବାହ କରିବା ଏବଂ ଏହା ପ​‌ରେ କାମ କରିବାକୁ ପଛଘୁଞ୍ଚା ଦେଉନାହିଁ ତେବେ ମହିଳାଙ୍କୁ ମଧ୍ୟ ଏସବୁ ପାଇଁ ପଛଘୁଞ୍ଚା ଦେବା କଥା ନୁହେଁ। ସେ ଏପରି ନିଷ୍ପତ୍ତି ନେଇ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ।

{"id":134308}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.