ବିରାଟ କୋହଲି ଟି-୨୦ର ଅଧିନାୟକ ପଦ ଛାଡିବା ପରେ ଅନୁଷ୍କା କହିଲେ ଏଭଳି : ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ …

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭/୦୯ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଯେତେବେଳେ ସେ ଏହା ଘୋଷଣା କଲେ ସମସ୍ତେ  ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବିରାଟ ଆଇସିସି ଟି-୨୦ ବିଶ୍ବକପ୍ ପରେ କୋହଲି ତାଙଦକ ପଦ ଛାଡିବେ । ଏନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ବିରାଟଙ୍କର ଏହି ନିଷ୍ପତ୍ତି ପରେ ତାଙ୍କ ଫ୍ୟାନ୍ସମାନେ ନିରାଶ ହୋଇଛନ୍ତି ।

wp:html
/wp:html

ତେବେ ବିରାଟଙ୍କ ଏହି ନିଷ୍ପତ୍ତି ନେବାର କାରଣ  ଭାରତୀୟ ଦଳକୁ ତିନୋଟି ଫର୍ମାଟରେ ଅଧିନାୟକ କରିବା ତାଙ୍କ କେଳକୁ ବହୁତ ପ୍ରଭାବିତ କରୁଛି । ହେଲେ ବିରାଟଙ୍କ ଫର୍ମ କିଛି ଦିନ ପାଇଁ ଭଲ ଚାଲି ନଥିଲା । ଏହି କାରଣରୁ ସେ ଏତେ ବଡ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣା ପଡିଛି ।  ବିରାଟଙ୍କ ଏହି ନିଷ୍ପତ୍ତି ଶୁଣି ପ୍ରଶଂସକମାନେ ବିଭିନ୍ନ ପ୍ରକାରର  ମନ୍ତବ୍ୟ ଦେଇଛନ୍ତି ।

ତେବେ ଏହି ସମୟରେ ବିରାଟଙ୍କ ପତ୍ନୀ ଅନୁଷ୍କା ଏହି ନିଷ୍ପତ୍ତି ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଅନୁଷ୍କା ଏନେଇ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଛନ୍ତି ।  ବିରାଟଙ୍କ ଅଧିନାୟକ ପଦରରୁ ଇସ୍ତଫା ଦେଇଥିବା ପୋଷ୍ଟ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ବିରାଟ ମଧ୍ୟ ଲେଖିଛନ୍ତି କି ମୁଁ ବହୁତ ଭାଗଭାନ ଯେ କେବଳ ଭାରତ ନୁହେଁ , କ୍ରିକେଟ୍ ଦଳକୁ ପ୍ରତିନିଧିତ୍ନ କରିବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋର ଏହି ଯାତ୍ରାରେ ସମର୍ଥନ କରିଥିଲେ ।

wp:gallery {"ids":[513002],"linkTo":"none"} /wp:gallery

ନ୍ୟପଟେ ଅନୁଷ୍କା ଓ ବିରାଟ ଦୁହେଁ ଦୁବାଇରେ ଅଛନ୍ତି । ଅନୁଷ୍କାଙ୍କ କାର୍ଯ୍ୟ କଥା କହିଲେ ତାଙ୍କୁ ଶେଷ ଥର ପାଇଁ ୨୦୧୮ର ଜିରୋ ଫିଲ୍ମରେ ନଜର ଆସିଥିଲେ । ତାଙ୍କର ପ୍ରଡକ୍ସନ୍ ୱେବ୍ ସିରିଜ୍ 'ପାଟାଲ୍ ଲୋକ' ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା ​​ଏବଂ ଫିଲ୍ମ 'ବୁଲବୁଲ' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.