Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଅ ସହ କ୍ୟୁଟ୍ ଭିଡିଓ ସେୟାର୍ କଲେ ପାଣ୍ଡ୍ୟା: ଏହିଭଳି ପ୍ରତିକ୍ରିୟା ଦେଲେ ଅନୁଷ୍କା ଶର୍ମା

15/04/2021 at 5:19 PM

ମୁମ୍ବାଇ ୧୫/୦୪ : ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ସ୍ତାନୋବିକ୍ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍। ସେ ଅଧିକାଂଶ ସମୟରେ ଇନଷ୍ଟାଗ୍ରାମରେ ନିଜ ଫଟୋ ଓ ଭିଡିଓ ସେୟାର କରୁଥାନ୍ତି। ୟୁଜର୍ସ ମଧ୍ୟ ନତାଶାଙ୍କ ଫଟୋ ଓ ଭିଡିଓ ବହୁତ ପସନ୍ଦ କରନ୍ତି। ସେ ନିଜ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରନ୍ତି। ଅଗସ୍ତ୍ୟଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ଯାହାକୁ ୟୁଜର୍ସ ବହୁତ କରିଛନ୍ତି। ଭିଡିଓ ଦେଖି ଅନୁଷ୍କା ଶର୍ମା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ନିକଟରେ ହାର୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ହାର୍ଦିକ ନିଜ ପୁଅ ଅଗସ୍ତ୍ୟ ସହ ନଜର ଆସିଥିଲେ। ପୁଅକୁ ସେ ଖୁବ ସ୍ନେହ କରୁଥିଲେ। ହାର୍ଦିକଙ୍କ ଏହି ଭିଡିଓ ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି। ଭିଡିଓ ଦେଖି ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ରହି ପାରିନଥିଲେ ଓ କମେଣ୍ଟରେ ଏକ ହାର୍ଟ ଇମୋଜୀ ଦେଇଥିଲେ। ପୋଷ୍ଟ ସେୟାର କରି ହାର୍ଦିକ କ୍ୟାପ୍ସନ ଲେଖିଥିଲେ, ‘ମୋ ପୁଅ, ମୋ ହୃଦୟ, ମୋ ଦୁନିୟା’

ଏହା ପୂର୍ବରୁ ରବିବାର ଦିନ ହାର୍ଦିକ ପାଣ୍ଡ୍ୟା ମସ୍ତି ମୁଡ଼ରେ ନଜର ଆସିଥିଲେ। ସୋସିଆଲ ମିଡ଼ିଆରେ ପୁଅ ସହ ଫଟୋ ସେୟାର କରି ସେ ଲେଖିଥିଲେ, ‘ମୋତେ ଏହିଭଳି ଫଟୋ ହିଁ ପସନ୍ଦ’

   Related Posts