ବାପା ହେବେ କି ବିରାଟ୍ କୋହଲି ? ଭାଇରାଲ୍ ହେଉଛି ଅନୁଷ୍କା ଶର୍ମାଙ୍କ ବେବି ଵମ୍ପ୍ ଫଟୋ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩/୦୬ : ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ଫଟୋରେ ବିରାଟ କୋହଲି ଅନୁଷକଙ୍କ ବେବି ଵମ୍ପ ସହ ପୋଜ ଦେଇଛନ୍ତି | କୋହଲି ଓ ଅନୁଷ୍କା ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ଗତ କିଛି ଦିନ ହେଲା ବିରାଟ ଓ ଅନୁଷ୍କାଙ୍କ ସମ୍ପର୍କରେ କୁହାଯାଉଛି ଯେ ଖୁବ ଶୀଘ୍ର ତାଙ୍କ ପରିବାରକୁ ନୂଆ ଅତିଥି ଆସିବାର ଅଛି | ୨-୩ ଦିନ ହେଲା ଅନୁଷ୍କା ଶର୍ମାଙ୍କ ମା ହେବା ଖବର ଆସୁଛି | ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏହିଭଳି ଖବର ଶୁଣିବାକୁ ମିଳିଛି | ତେବେ ଏହି ଭାଇରାଲ ଫଟୋ କେତେ ସତ କେତେ ମିଛ ଜାଣନ୍ତୁ | ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫାଟି ସତ ନୁହେଁ | ଏହାକୁ ଏଡିଟ କରାଯାଇଛି |

{"id":290393,"sizeSlug":"large"}

ଏହି ଫଟୋର ସତ୍ୟତା ଯାଞ୍ଚ କରିବା ପରେ ଜଣାପଡିଛି ଯେ ଅସଲି ଫଟୋ ଜେନେଲା ଡିସୁଜା ଓ ରିତେଶ ଦେଶମୁଖଙ୍କର ଯାହାକୁ ଏଡିଟ କରି ଅନୁଷ୍କା ଓ କୋହଲିଙ୍କ ମୁହଁ ବଦଳାଇ ଦିଆଯାଇଛି |

{"id":290395,"sizeSlug":"large"}

ଫିଲ୍ମ ଫେୟାର ଇଣ୍ଟରଭ୍ୟୁରେ ଅନୁଷ୍କା ଶର୍ମା ଶିଶୁ ଜନ୍ମ ସମ୍ପର୍କରେ କହିଥିଲେ ଯେ ପ୍ରେଗ୍ନେନ୍ସି ଖବର ତାଙ୍କୁ ବହୁତ ଚିନ୍ତିତ କରୁଛି | ସେ କହିଥଲେ ଯେ ଯଦି ଜଣେ ବିବାହିତା ତାହେଲେ ଲୋକେ ସାମାନ୍ୟ ଭାବେ ପ୍ରେଗ୍ନେନ୍ସିକୁ ନେଇ ପ୍ରଶ୍ନ କରନ୍ତି | ବିବାହ ପରେ ଲଗାତାର ଲୋକେ ପ୍ରେଗ୍ନେନ୍ସି ସମ୍ପର୍କରେ ପଚାରିଥାନ୍ତି | ଡେଟିଂ ସମୟରେ ବାହାଘରକୁ ନେଇ ପ୍ରଶ୍ନ କରିଥାନ୍ତି | ଅନୁଷ୍କା କହିଛନ୍ତି, ଟ୍ରେଣ୍ଡ ହିସାବରେ ଯଦି କେଉଁ ଅଭିନେତ୍ରୀ ଓଭର ସାଇଜ ଡ୍ରେସ ପିନ୍ଧନ୍ତି ତାହେଲେ ଲୋକେ ଭାବି ନିଅନ୍ତି ସେ ପ୍ରେଗ୍ନେଣ୍ଟ ଅଛନ୍ତି | ଏହିଭଳି ପ୍ରଶ୍ନକୁ ନଜର ଅନ୍ଦାଜ କରିବା ଆବଶ୍ୟକ ବୋଲି ଅନୁଷ୍କା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.