ମୁମ୍ବାଇ୧୫|୧୧: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫିଲ୍ମ ଜିରୋ ଅସଫଳ ହେବା ପରେ ସେ ଏବେ ନିଜର ପୂରା ଧ୍ୟାନ ବ୍ୟବସାୟୀକ କାର୍ଯ୍ୟକ୍ରମ ଉପରେ ଦେଉଛନ୍ତି। ନେଟଫ୍ଲିକ୍ସ ପାଇଁ ଡିଜିଟାଲ ଫିଲ୍ମ ଓ ୱେବ ସିରିଜ କରିବା ବ୍ୟତୀତ ଅନୁଷ୍କା ନିଜ ଫ୍ୟାସନ ବ୍ରାଣ୍ଡ ‘ନାଶ୍’ ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରୁଛନ୍ତି।
{"id":184592,"sizeSlug":"large"}ପ୍ରସିଦ୍ଧ ହାସ୍ୟ କଳାକାର ଚାଚା ଚୌଧରୀଙ୍କୁ ଏହି ଫ୍ୟାସନ ମାଧ୍ୟମକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନୁଷ୍କାଙ୍କ କହିବା ଅନୁସାରେ ସେ ସ୍କୁଲ ଯିବା ସମୟରେ ଚାଚା ଚୌଧରୀଙ୍କ ବିଷୟରେ ପଢୁଥିଲେ। ତାଙ୍କ କାହାଣୀ ପଢି ସେ ଅନେକ ସ୍ବପ୍ନ ଦେଖୁଥିଲେ। ୯୦ ଦଶକର ସେହି ମୂହୁର୍ତ୍ତକୁ ସେ ଏବେ ଫେରାଇଆଣିବାକୁ ଚାହାନ୍ତି ଓ ଫ୍ୟାସନ ମାଧ୍ୟମରେ ସବୁଠୁ ପପ୍ କଲଚର ଭାବେ ଏହା ବଜାରକୁ ଆଣିବାକୁ ଚାହାନ୍ତି।
{"id":184593,"sizeSlug":"large"}ଭାରତୀୟ କମିକ୍ସ ଦୁନିଆରେ ଚାଚା ଚୌଧରୀଙ୍କୁ ସବୁଠୁ ଲୋକପ୍ରିୟ କଳାକାର ବୋଲି କୁହାଯାଏ। ତାଙ୍କ ପାଇଁ ଏକ ଟ୍ୟାଗଲାଇନ ଥିଲା ଯାହା ହେଉଛି, “ଚାଚା ଚୌଧରୀ କା ଦିମାଗ କମ୍ପ୍ୟୁଟର ସେ ତେଜ ଚଲତା ହୈ”।ଏହା ପୂର୍ବରୁ ଅନୁଷ୍କା ହାସ୍ୟ କଳାକାର ସୁପନ୍ଦୀଙ୍କୁ ମଧ୍ୟ ନିଜ ଫ୍ୟାସନ ଲେଭଲରେ ସାମିଲ କରିସାରିଛନ୍ତି।
{"id":184590,"sizeSlug":"large"}ଚାଚା ଚୌଧୁରୀଙ୍କ କାଲ୍ୟଜୀ ଭୂମିକାର ଡିଜାଇନ ଚଳିତ ବର୍ଷ ଅନୁଷ୍କା ନିଜ ଫ୍ୟାସନ ଲେଭଲ ନାଶ୍ରେ ପ୍ରସ୍ତୁତ କରିସାରିଛନ୍ତି। ଚାଚା ଚୌଧୁରୀ ଆଧାରିତ ନାଶ୍ର ଏହି ଡାଜାଇନ ଶୁକ୍ରବାର ଦିନ ରିଲିଜ ହେବ।
wp:heading {"level":1}