ଅନୁଷ୍କା ଶର୍ମାଙ୍କୁ ଆଫଗାନିସ୍ତାନ କ୍ରିକେଟ୍‌ର ରାଶିଦ ଖାନଙ୍କ ପତ୍ନୀ ବୋଲି କାହିଁକି ଦେଖାଉଛି ଗୁଗଲ, ଜାଣନ୍ତୁ ପୂରା ମାମଲା

Published By : Prameya-News7 Bureau | October 12, 2020 IST

ନୂଆଦିଲ୍ଲୀ ୧୨।୧୦: ସଂପ୍ରତି ଆଇପିଏଲ ୨୦୨୦ କାରଣରୁ କ୍ରିକେଟ୍‌ର କ୍ରେଜ୍‌ ଖୁବ୍ ଦେଖିବାକୁ ମିଳୁଛି। ତେଣୁ କ୍ରିକେଟ୍‌ ପ୍ରେମୀ ଗୁଗଲରେ ମଧ୍ୟ ସ୍କୋରଠୁ ନେଇ ଖେଳାଳିଙ୍କ ବିଷୟରେ ସର୍ଚ୍ଚ କରୁଛନ୍ତି। ହେଲେ ସବୁ ପ୍ରଶ୍ନର ଉତ୍ତର ଦେଉଥିବା ସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନ କିଛି ଅଲଗା ଦେଖାଉଛି। ଆଫଗାନିସ୍ତାନ କ୍ରିକେଟ୍‌ ଦଳର ତାରକା ବୋଲର ରାଶିଦ ଖାନଙ୍କ ପତ୍ନୀଙ୍କ ବିଷୟରେ ପଚାରିଲେ ଗୁଗଲ ସର୍ଚ୍ଚ ଉତ୍ତରରେ ଅନୁଷ୍କା ଶର୍ମା କହୁଛି। ଏହା ପରଠୁ ଏହା ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି। ଏହି ପ୍ରଶ୍ନର ଉତ୍ତର ସମସ୍ତେ ବେଶ୍ ଭଲ ଭାବେ ଜାଣିଛନ୍ତି ଯେ, ବଲିଉଡର ଖ୍ୟାତାନାମା ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ। ହେଲେ ଗୁଗଲରେ ଏବେ ବଡ ଗଡ ବଡ ହୋଇ ଯାଇଛି।

ଯଦି ଆପଣ ଗୁଗଲରେ କ୍ରିକେଟ୍‌ର ରାଶିଦ ଖାନଙ୍କ ପତ୍ନୀଙ୍କ ବିଷୟରେ ପଚାରିବେ ତେବେ  ଆପଣଙ୍କୁ ଏହାର ଜବାବ ଅନୁଷ୍କା ଶର୍ମା ମିଳିବ। କେବଳ ଏତିକି ନୁହେଁ ଅନୁଷ୍କା ଶର୍ମାଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଏହା ପଛରେ ଏକ କାହାଣୀ ମଧ୍ୟ ରହିଛି, ଯାହା ବେଶ୍ ରୋଚକ। ନିକଟରେ ରାଶିଦ ଖାନଙ୍କ ସହ ଇନଷ୍ଟାଗ୍ରାମ ଚାଟ୍‌ ସେସନ ସମୟରେ ତାଙ୍କୁ ନିଜର ପ୍ରିୟ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା।

{"id":343108,"sizeSlug":"large"}

ଏହାର ଉତ୍ତରରେ ରାଶିଦ ଖାନ ଅନୁଷ୍କା ଶର୍ମା ଓ ପ୍ରୀତି ଜିଣ୍ଟା ତାଙ୍କର ପ୍ରିୟ ଅଭିନେତ୍ରୀ ବୋଲି କହିଥିଲେ। ଏହା ପରଠୁ ରାଶିଦ ଖାନ ଚର୍ଚ୍ଚାକୁ ଆସିଥିଲେ। ତା ପରଠୁ ଲୋକେ ରାଶିଦ ଏବଂ ଅନୁଷ୍କା ଶର୍ମାଙ୍କୁ ଏକା ସଙ୍ଗେ ଗୁଗଲରେ ସର୍ଚ୍ଚ କରିବା ଆରମ୍ଭ କରିଥିଲେ। ବୋଧହୁଏ ଏହି କାରଣରୁ ଗୁଗଲ ଅନୁଷ୍କା ଶର୍ମାଙ୍କୁ ରାଶିଦ ଖାନଙ୍କ ପତ୍ନୀ ରୂପେ ଦର୍ଶାଇଛି। ହେଲେ ଚଳିତ ବର୍ଷ ଜୁଲାଇରେ ଏକ ସାକ୍ଷାତକାରରେ ରାଶିଦ ଖାନ ସେ ଏପର୍ଯ୍ୟନ୍ତ ବିବାହ କରିନଥିବା କହିଥିଲେ।

ଉଲ୍ଲେଖଯୋଗ୍ୟ, ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ୨୦୧୭ରେ ବିବାହ କରିଥିଲେ। ଅନୁଷ୍କା ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଜାନୁଆରୀରେ ନିଜର ପ୍ରଥମ ଶିଶୁକୁ ଜନ୍ମ ଦେବେ। ହେଲେ ଏହି ସମୟରେ ଗୁଗଲର ଏହି କାରନାମା କାରଣରୁ ଅନୁଷ୍କା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଉଲ୍ଲେଖନୀୟ ୧୯୯୮ରେ ଜନ୍ମିତ ରାଶିଦ ଖାନ ଆଫଗାନିସ୍ତାନ କ୍ରିକେଟର। ସେ ନିଜ ଟିମ୍‌ର ଉପ ଅଧିନାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.