Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଅନୁଷ୍କା ଶର୍ମାଙ୍କୁ ଲିଗାଲ ନୋଟିସ : ୱେବ୍ ସିରିଜ ‘ପାତାଲଲୋକ’ରେ ଜାତିବାଦକୁ ଗାଳି କରିଥିବା ଅଭିଯୋଗ

21/05/2020 at 12:33 PM

ମୁମ୍ବାଇ ୨୧/୦୫ : ଏକ ପ୍ରମୁଖ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ ହୋଇଥିବା ୱେବ୍ ସିରିଜ ‘ପାତାଲଲୋକ’ କୁ ନେଇ ବିବାଦ ସୃଷ୍ଟି ହୋଇଛି | ବିବାଦ ପରେ ଶୋ’ର ନିର୍ମାତା ଅନୁଷ୍କା ଶର୍ମାଙ୍କୁ ଆଇନଗତ ନୋଟିସ ଜାରି କରାଯାଇଛି | ୱେବ୍ସ ସିରିଜରେ ବ୍ୟବହାର ହୋଇଥିବା ଏକ ଶବ୍ଦକୁ ନେଇ ବିବାଦ ଆରମ୍ଭ ହୋଇଛି | ଏହାକୁ ନେପାଳୀ ସମ୍ପ୍ରଦାୟ ନିଜ ପାଇଁ ଅପମାନଜନକ ବୋଲି ଦର୍ଶାଇଛନ୍ତି |

ମେ ୧୮ ତାରିଖରେ ଲୟର୍ସ ଗିଲଡ଼ଙ୍କ ଜଣେ ସଦସ୍ୟ ବୀରେନଶ୍ରୀ ଅନୁଷ୍କାଙ୍କୁ ଏହି ନୋଟିସ ପଠାଇଥିଲେ | ତାଙ୍କ କହିବାନୁଯାୟୀ, ଶୋ’ରେ ଏକ ଦୃଶ୍ୟରେ ମହିଳା ପୋଲିସକର୍ମୀ ଥାନାରେ ନେପାଳୀ ବ୍ୟକ୍ତିଙ୍କୁ ପଚରାଉଚୁରା କରୁଥିବା ସମୟରେ ଜାତିସୁଚକ ଶବ୍ଦ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ | ଏହା ସମ୍ପୂର୍ଣ ଭୁଲ | 

ବୀରେନଶ୍ରୀ କହିଛନ୍ତି ଯେ, ନେପାଳୀ ଶବ୍ଦକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ କିନ୍ତୁ ଏହାପରେ ଯେଉଁ ଅସଭ୍ୟ ଭାଷା ବ୍ୟବହାର କରାଯାଇଛି ତାହା ସ୍ୱୀକାର ଯୋଗ୍ୟ ନୁହେଁ | ସେଥିପାଇଁ ଶୋ’ର ୪ ଜଣ ପ୍ରଯୋଜକଙ୍କ ମଧ୍ୟରୁ ଜଣେ ଅନୁଷ୍କାଙ୍କୁ ସେ ନୋଟିସ ପଠାଇଛନ୍ତି | ତେବେ ଏ ପର୍ଯ୍ୟନ୍ତ ଅନୁଷ୍କା କିମ୍ବା ତାଙ୍କ ଟିମ ତରଫରୁ କୌଣସି ଜବାବ ଆସିନଥିବା ସେ କହିଛନ୍ତି | ସେଥିପାଇଁ ଏହି ମାମଲାକୁ ନେଇ ସେ ବର୍ତ୍ତମାନ ଅମାଜନ ସହ କଥାବାର୍ତ୍ତା ହେବେ ବୋଲି କହିଛନ୍ତି |

ଏହି ମାମଲାରେ ଗୋର୍ଖା ସମ୍ପ୍ରଦାୟ ମଧ୍ୟ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଏବଂ ଏହି ବିଭାଗର ମନ୍ତ୍ରୀ ପ୍ରକାଶ ଜାଭେଡ଼କର, ଅମାଜନ ପ୍ରାଇମ ଭିଡିଓ ଓ ଅନୁଷ୍କା ଶର୍ମାଙ୍କ ନାଁରେ ଏକ ଅନଲାଇନ ଆବେଦନ ଆରମ୍ଭ କରି ସେହି ଆପତ୍ତିଜଣଙ୍କ ଶବ୍ଦକୁ ମ୍ୟୁଟ କରିବାକୁ, ସବଟାଇଟଲକୁ ବ୍ଲର କରିବାକୁ ଏବଂ ଏକ ମାଫିନାମା ଜାରି କରିବାକୁ ଦାବି କରିଛନ୍ତି | ଏହାସହ ସେହି ଏପିସୋଡକୁ ହଟାଇ ସଂଶୋଧନ ଏପିସୋଡ ଅପଲୋଡ଼ କରିବାକୁ ମଧ୍ୟ ଦାବି କରିଛନ୍ତି |

ପାତାଲଲୋକ ପ୍ରମୁଖ ଓଟିଟି ପ୍ଲାଟଫର୍ମରେ ଅମାଜନ ପ୍ରାଇମରେ ଗତ ମେ ୧୫ ତାରିଖରେ ଷ୍ଟ୍ରିମ ହୋଇଥିଲା | ଏହି ୱେବ୍ ସିରିଜରେ ଜୟଦୀପ ଅହଲାଵଟ, ଗୁଲ ପନାଗ, ନିରାଜ କାବି, ଅଭିଷେକ ବାନାର୍ଜୀ, ସ୍ୱସ୍ତିକା ମୁଖାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି |

   Related Posts