ମୁମ୍ବାଇ ରାସ୍ତାରେ ଗର୍ଭବତୀ ଅନୁଷ୍କାଙ୍କୁ ଦେଖିବା ପାଇଁ ଲାଗିଲା ଭିଡ଼ : ବାପାଙ୍କ ସହ ଆସିଲେ ନଜର
18/12/2020 at 2:10 PM

ମୁମ୍ବାଇ ୧୮/୧୨: ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଗୁରୁବାର ମୁମ୍ବାଇରେ ତାଙ୍କ ବାପାଙ୍କ ସହ ଦେଖାଯାଇଥିଲା। ଅନୁଷ୍କା ଶର୍ମା ଲମ୍ବା ହ୍ବାଇଟ୍ ଡ୍ରେସ୍ ପିନ୍ଧିଥିଲେ ଏବଂ ଏହା ଉପରେ ଡେନିମ୍ ଜ୍ୟାକେଟ୍ ପିନ୍ଧିଥିଲେ। କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଜାନୁୟାରୀରେ ମା ହେବେ। ଉଭୟଙ୍କ ଏହା ପ୍ରଥମ ସନ୍ତାନ ହେବ।
ନିକଟରେ ଦୁବାଇରେ ବିରାଟ କୋହଲିଙ୍କ ସହ ଆଇପିଏଲ ବେଳେ ସମୟ ବିତାଇବା ପରେ ଅନୁଷ୍କା ଶର୍ମା ମୁମ୍ବାଇ ଫେରି ଆସିଥିଲେ। ଦୁବାଇରେ ମଧ୍ୟ ଅନୁଷ୍କା ଅଧିକାଂଶ ଫଟୋ ସେୟାର କରିଥିଲେ। ଗୋଟିଏ ଫଟୋରେ ସେ ଶୀର୍ଷାସନ କରୁଥିବାର ଦେଖାଯାଇଥିବାବେଳେ ବିରାଟ କୋହଲି ତାଙ୍କୁ ବ୍ୟାୟାମ କରିବାରେ ସାହାଯ୍ୟ କରିଥିଲେ।

ଅନୁଷ୍କା ଶର୍ମା କହିଥିଲେ ଯେ ସେ ଡେଲିଭରିର ୪ମାସ ପରେ ନିଜ କାମ ଆରମ୍ଭ କରିଦେବେ। ସେ ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତ୍ତାରେ କହିଥିଲେ ଯେ ସେ ଏପରି ଏକ ବ୍ୟବସ୍ଥା କରିବାକୁ ଉଦ୍ୟମ କରିବେ ଯେ,ଯାହା ଦ୍ବାରା କାମ,ପିଲା ଏବଂ ପରିବାର ମଧ୍ୟରେ ବାଲାନ୍ସ କରିପାରିବେ। ସେ ଯେତେ ସମ୍ଭବ ସେତେ ଲମ୍ବା ସମୟ ଯାଏଁ କାମ କରିବାକୁ ଚାହିଁବେ କାରଣ ଅଭିନୟ କରି ତାଙ୍କୁ ଖୁସି ମିଳିଥାଏ।
