Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଚେନ୍ନାଇ ବିପକ୍ଷରେ କୋହଲି ଖେଳିଲେ ୯୦ ରନ୍‌ର ଦମଦାର ଇନିଂସ, ପତ୍ନୀ ଅନୁଷ୍କା ଦେଲେ ଫ୍ଲାଇଂ କିସ୍

11/10/2020 at 10:57 AM

ଦୁବାଇ,୧୧|୧୦: ଅନେକ ଦିନ ଧରି ଶାନ୍ତ ରହିବା ପରେ ଏବେ ବିରାଟ କୋହଲିଙ୍କ ବ୍ୟାଟ୍ ଗର୍ଜିବା ଆରମ୍ଭ କରିଛି । ଗତ କିଛି ମାସ ଧରି କୋହଲି ଫର୍ମରେ ନଥିଲେ । ତାଙ୍କୁ ପ୍ରଶଂସକ ତଥା ଅନେକ କ୍ରିକେଟ ସମୀକ୍ଷକ ସମାଲୋଚନା କରୁଥିଲେ । ଏପରିକି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଏହା ମଧ୍ୟକୁ ଟାଣୁଥିଲେ । କିନ୍ତୁ କୋହଲି ଏହାର ଜବାବ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ସେ ୯୦ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିଲେ ପତ୍ନୀ ଅନୁଷ୍କା । କୋହଲିଙ୍କ ଏହି ଇନିଂସ ପରେ ଅନୁଷ୍କା ମଧ୍ୟ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଥିଲେ ।

କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳର ଓପନିଂ ସେତେଟା ଭଲ ନଥିଲା । ତୃତୀୟ ଓଭରର ପଞ୍ଚମ ବଲରେ ଆରୋନ ଫିଞ୍ଚ୍ ଆଉଟ ହୋଇଥିଲେ । ଏହାପରେ କୋହଲି କ୍ରିଜକୁ ଆସିଥିଲେ । କୋହଲି ପ୍ରଥମେ ସତର୍କତାର ସହ ଖେଳିଥିଲେ । ପରେ ରନ୍ ବର୍ଷା କରିଥିଲେ । ସେ ୫୨ ବଲ ଖେଳି ୪ ଚୌକା ଓ ୪ ଛକା ସହ ୯୦ ରନ୍ କରିଥିଲେ । ଏହାସହ ଦଳୀୟ ସ୍କୋରକୁ ୧୬୯ରେ ପହଁଚାଇଥିଲେ ।

ଏହି ସମୟରେ ପ୍ୟାଭିଲିୟନରେ ବସିଥିବା ଅନୁଷ୍କା ଶର୍ମା କୋହଲିଙ୍କ ଖେଳ ଦେଖୁଥିଲେ । ଏହାସହ କୋହଲିଙ୍କୁ ଉତ୍ସାହିତ ମଧ୍ୟ କରୁଥିଲେ । ୯୦ ରନର ଅପରାଜିତ ଇନିଂସ ଖେଳିବା ପରେ ବିରାଟ ନିଜକୁ ରୋକିପାରି ନଥିଲେ । ଏହି ସମୟରେ ଅନୁଷ୍କା ବିରାଟଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ । ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଯାଇଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର କ୍ୟୁଟ୍ କପଲ୍ କହି ମିମସ୍ ସେୟାର କରୁଛନ୍ତି ।

   Related Posts