Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଅନୁଷ୍କା ଶର୍ମାଙ୍କ ନିଦ ହଜାଇ ଦେଇଛି ‘ବଚପନ୍ କା ପ୍ୟାର୍’: ଇନଷ୍ଟାଗ୍ରାମରେ ସେୟାର କଲେ ମିମ୍

29/07/2021 at 3:58 PM

ମୁମ୍ବାଇ ୨୯/୦୭ : ବର୍ତ୍ତମାନ ଇଂଲଣ୍ଡରେ ରହୁଥିବା ଅନୁଷ୍କାଙ୍କ ଆଖିରେ ନିଦ ନାହିଁ । ତାଙ୍କ ନିଦ ହଜାଇଛି ଇଣ୍ଟରନେଟ୍ ରେ ଭାଇରାଲ ହେଉଥିବା ‘ଗୀତ ବଚପନ କା ପ୍ୟାର’..। ଆଉ ଏହି ବଚପନ କା ପ୍ୟାର ଗୀତ ପାଇଁ ଭାଇରାଲ ଛତିଶଡର ସହଦେବ ଡିର୍ଡୋ ଅନୁଷ୍କାଙ୍କ ପସନ୍ଦ। ଏନେଇ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେଆର କରିଛନ୍ତି ।

meme

ଅନୁଷ୍କା  ଏବେ ସ୍ବାମୀ ବିରାଟ କୋହଲି ଓ ଝିଅ ଭାମିକାଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ତେବେ ସେଠାରେ ଅନୁଷ୍କା ଗୀତ ବଚପନ କା ପ୍ୟାର’ ଗୀତକୁ ଶୁଣି  ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ  ଭାଇରାଲ ବୟ ସହଦେବଙ୍କ ବିଷୟରେ ଏକ ମଜାଳିଆ ମିମ୍ ବନାଇ ସେଆର କରିଛନ୍ତି । ଏହି ଫଟୋରେ ଜଣେ ବ୍ୟକ୍ତି ଶୋଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି  । ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ  ସହଦେବଙ୍କ ଗୀତକୁ ଶୁଣିବା ପରେ ତାହାକୁ ନିଜ ମନରୁ ବାହାର କରି ପାରୁ ନାହାନ୍ତି  । ଆଉ ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ଶୋଇ ପାରୁ ନାହାନ୍ତି । ସେହି ପୋଷ୍ଟରେ ଅନୁଷ୍କା ଏକ ହସିବାର ଇମୋଜି ଦେଇ ସେଆର କରିଛନ୍ତି ।

Anushka Sharma turns muse for Athiya Shetty and Virat Kohli is all hearts:  'Some nice photos on the way' | Bollywood - Hindustan Times

ଭାଇରାଲ ବୟ ସହଦେବଙ୍କର ଏହି ଗୀତ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଛାଇ ଯାଇଛି । ସହଦେବ ନିଜ ଷ୍ଟାଇଲରେ ଗୀତ ଗାଇଥିବାରୁ ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି । ଏହି ଗୀତର ଗାଇବା ଭିଡିଓଟି ଯେତିକି ଭାଇରାଲ ହେଉଛି  ଅନେକ ସେଲିବ୍ରିଟିମାନେ ମଧ୍ୟ ଗୀତଟିକୁ କପି କରି ରିଲସ୍ ବନାଉଛନ୍ତି । ପ୍ରସିଦ୍ଧ ରାପର୍ ବାଦଶାହା ମଧ୍ୟ ଏହି ଗୀତଟିକୁ ରିମିକ୍ସ ଭର୍ସନରେ ତିଆରି କରିଛନ୍ତି କେବଳ ଏତିକି ନୁହେଁ ସେ ସହଦେବଙ୍କ ସହ ଭିଡିଓ କଲିଂରେ କଥା ହୋଇ ସାକ୍ଷାତ କରିବା ପାଇଁ ମଧ୍ୟ ଚଣ୍ଡିଗଡକୁ ଡାକିଛନ୍ତି । ଏହା ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ସହଦେବକୁ ସାକ୍ଷାତ କରିଛନ୍ତି ।

   Related Posts