Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜ୍ଞାପନ ଫିଲ୍ମ ସୁଟିଂ ସମୟରେ ଗ୍ଲାମରସ୍ ଲୁକରେ ନଜର ଆସିଲେ ଅନୁଷ୍କା ଶର୍ମା : ଫଟୋ ଭାଇରାଲ୍

30/07/2019 at 3:38 PM

ମୁମ୍ବାଇ ୩୦/୭: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ କିଛି ଦିନରୁ ଫିଲ୍ମଜଗତରୁ ଦୂରେଇ ଅଛନ୍ତି। ସେ ଶେଷ ଥର ଫିଲ୍ମ ‘ଜିରୋ’ରେ ଅଭିନେତା ଶାହରୁଖ ଖାନ୍ ଏବଂ ଅଭିନେତ୍ରୀ କ୍ୟାଟରିନା କୈଫଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ୍ କମାଲ୍ ଦେଖାଇ ପାରିନଥିଲା। କିନ୍ତୁ ଦର୍ଶକଙ୍କୁ ଅନୁଷ୍କାଙ୍କ ଅଭିନୟ ବହୁତ ପସନ୍ଦ ଆସିଥିଲା। ତା’ପରଠୁ ଅନୁଷ୍କା କୈାଣସି ନୂଆ ଫିଲ୍ମ ସାଇନ୍ କରିନଥିଲେ। ସେ ଏବେ ତାଙ୍କ ପ୍ରଡକ୍ସନ ହାଉସ୍ ଉପରେ ଧ୍ୟାନ ଦେଉଛନ୍ତି। ଏବେ ତାଙ୍କର କିଛି ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଅଛି।

 ଏହି ଫଟୋରେ ଅନୁଷ୍କା ଖୁବ୍ ଗ୍ଲାମରସ୍ ନଜର ଆସୁଛନ୍ତି। ସେ ବ୍ଲୁ ଏବଂ ହ୍ବାଇଟ୍ କଲରର ଷ୍ଟେପି ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଥାଇ କଟ୍ ଡ୍ରେସ୍ ସହ ଅନୁଷ୍କା ଲାଇଟ୍ ମେକଅପ୍,ଖୋଲା କେଶ ଏବଂ ଓଠରେ ପିଚ କଲରର ଲିପଷ୍ଟିକ୍ ଲଗାଇଥିବା ନଜର ଆସିଛନ୍ତି।

ସେ ତାଙ୍କର ଏହି ଗ୍ଲାମରସ୍ ଅନ୍ଦାଜରେ ମୁମ୍ବାଇର ଫିଲ୍ମ ସିଟିରେ ନଜର ଆସିଛନ୍ତି। ଅନୁଷ୍କାଙ୍କ ଏହି ଅନ୍ଦାଜ ଖୁବ୍ ଶୀଘ୍ର ଏକ ବିଜ୍ଞାପନ ଫିଲ୍ମରେ ନଜର ଆସିବ। ଅନୁଷ୍କା ଏଠାକାର ଫଟୋଗ୍ରାଫରଙ୍କୁ ନିଜ ଲୁକରେ ମଧ୍ୟ ପୋଜ୍ ଦେଇଥିଲେ।

ଅନୁଷ୍କା ଏବେ ଅଧିକରୁ ଅଧିକ ସମୟ ତାଙ୍କ ସ୍ବାମୀ ବିରାଟ କୋହଲିଙ୍କୁ ଦେଉଛନ୍ତି। ସେ ତାଙ୍କ ସହ ଓ୍ବାଲର୍ଡ଼ କପ୍ ମ୍ୟାଚରେ ମଧ୍ୟ ନଜର ଆସିଥିଲେ। ସେ ଖୁବ୍ ଶୀଘ୍ର ନିଜ ନୂଆ ଫିଲ୍ମର ଆନାଉନ୍ସ କରିବେ।

   Related Posts