ଲକ୍ ଡାଉନ୍‌ ବେଳେ ଏମିତି ବିରାଟଙ୍କ ହେୟାରକଟ୍ କଲେ ଅନୁଷ୍କା, ଭିଡିଓ ଭାଇରାଲ୍

Published By : Prameya-News7 Bureau | March 29, 2020 IST

ମୁମ୍ବାଇ ୨୯।୩: କରୋନା ଭାଇରସ୍ ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଚାଲିଛି । ଫଳରେ ସମସ୍ତେ ନିଜ ନିଜ ଘରେ ରହିଛନ୍ତି । ଏମିତିରେ ସବୁ ସେଲିବ୍ରିଟିମାନେ ମଧ୍ୟ ଘରେ ରହିଛନ୍ତି । ସମସ୍ତେ ନିଜ ନିଜ ପରିବାର ସହିତ ସମୟ ବିତାଉଛନ୍ତି । ଆଉ ଏହି ଲକ୍ ଡାଉନ୍ ରେ ସେଲିବ୍ରିଟିମାନେ ଘରେ ବସି କିଛି ମଜାଦାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । କେହି କେହି ସେମାନଙ୍କର ୱାର୍କଆଉଟ୍ ଭିଡିଓ ସେୟାର କରୁଛନ୍ତି ତ ଅନ୍ୟ କେହି ହ୍ୟାଣ୍ଡ୍ ଓ୍ବାସ୍ କରିବାର କିମ୍ବା ଝାଡୁ କରିବାର ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳୁଛି ।

wp:html https://www.instagram.com/p/B-Q8gWZpYPw/?igshid=1wspr731w8dvl /wp:html

କିନ୍ତୁ ଏ ସମସ୍ତ ଭିଡିଓ ଭିତରେ ଅନୁଷ୍କା ଶର୍ମା ସେୟାର କରିଥିବା ଭିଡିଓ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବିରାଟ କୋହଲିଙ୍କ କେଶ କାଟୁଥିବା ନଜର ଆସିଛନ୍ତି । ଭିଡିଓରେ ବିରାଟ କହିଛନ୍ତି ଯେ, ମୋ ପତ୍ନୀ ଏହି ଚମତ୍କାର କେଶ କାଟିଛନ୍ତି । ବିରାଟ ଏହା ମଧ୍ୟ କହିଛନ୍ତି ଯେ, ଅନୁଷ୍କା ରୋଷେଇ ଘରର କଇଞ୍ଚି ସାହାଯ୍ୟରେ କେଶ କାଟୁଛନ୍ତି । ଭିଡିଓରେ ଉଭୟ ଏହି ମୁହୂର୍ତ୍ତକୁ ବେଶ୍ ଉପଭୋଗ କରୁଥିବା ନଜର ଆସିଛନ୍ତି ।

{"id":245658,"sizeSlug":"large"}

ଏହା ପୂର୍ବରୁ ମଧ୍ୟ ଉଭୟ ଏକ ଭିଡିଓ ସେୟାର କରି ଫ୍ୟାନ୍ ମାନଙ୍କୁ ବାର୍ତ୍ତା ଦେଇଥିଲେ । ଭିଡିଓରେ ଅନୁଷ୍କା କହିଥିଲେ, “କରୋନା ଭାଇରସ୍ ବିରୋଧରେ ଯୁଦ୍ଧ ଜିତିବା ପାଇଁ ସାହସ ଏବଂ ସମୟ ଲାଗିବ। କରୋନା ଭାଇରସ୍ ସହିତ ଲଢିବା ଜରୁରୀ ହୋଇଥିବାରୁ କର୍ଫ୍ୟୁକୁ ଉଲ୍ଲଂଘନ କରନ୍ତୁ ନାହିଁ ।”

wp:html https://www.instagram.com/p/B-JKXK0Jtt6/?igshid=46kqvomlyzqy /wp:html

ବିରାଟ କହିଥିଲେ, “ଘରେ ରୁହ, ପରିବାରକୁ ଏବଂ ନିଜକୁ କରୋନା ଭାଇରସରୁ ରକ୍ଷା କର । ଘରୁ ବାହାରିବା, ଭିଡ କରିବା ଏବଂ ଶବ୍ଦ କରି କରୋନା ଭାଇରସ୍ ସହିତ ଯୁଦ୍ଧ ଜିତାଯାଇପାରିବନାହିଁ । ତୁମର ଅସାବଧାନତା ହେତୁ ଆମ ସମସ୍ତଙ୍କୁ ଏବଂ ସମଗ୍ର ଦେଶକୁ ଏକ ବଡ ମୂଲ୍ୟ ଦେବାକୁ ପଡିପାରେ । ୨୧ ଦିନ ଘର ଭିତରେ ରୁହ ଏବଂ ଦେଶକୁ ବଞ୍ଚାଅ ।” ଏହାପରେ ଦୁହେଁ ଏକାଠି କହିଥିଲେ, ଏକତା ଦେଖାନ୍ତୁ, ଜୀବନ ଏବଂ ଦେଶ ବଞ୍ଚାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.