ଭାରତର ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆକୁ ଏହିଭଳି ଶୁଭେଚ୍ଛା ଜଣାଇଲେ ଅନୁଷ୍କା
19/01/2021 at 6:55 PM

ମୁମ୍ବାଇ ୧୯/୦୧ : ଗାବା ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡ଼ର ଗବଶକର ଟ୍ରଫିର ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୩ଟି ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୪ଟି ମ୍ୟାଚର ଏହି ସିରିଜ୍ ଜିତି ଟ୍ରଫି ନିଜ ନାଁରେ କରିଛି। ଟିମ୍ ଇଣ୍ଡିଆ ୨-୧ରେ ମ୍ୟାଚ ଜିତିଛି। ଗାବାରେ ଭାରତର ଏହା ପ୍ରଥମ ଟେଷ୍ଟ ବିଜୟ। ଏହି ଐତିହାସିକ ବିଜୟ ପରେ ଭାରତୀୟ ଟିମକୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହି ଐତିହାସିକ ବିଜୟ ପାଇଁ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି, “କି ବିଜୟ ଟିମ ଇଣ୍ଡିଆ. ବର୍ଷ ବର୍ଷ ଧରି ମନେ ରହିବ ଏହି ଐତିହାସିକ ବିଜୟ”

ଏହା ପୂର୍ବରୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ସୋସିଆଲ ମିଡ଼ିଆରେ ଲେଖିଛନ୍ତି, “କି ଜବରଦସ୍ତ ବିଜୟ। ଏଡିଲେଡ୍ ପରେ ଯେଉଁମାନେ ଆମକୁ ସନ୍ଦେହ କରୁଥିଲ, ଛିଡା ହୋଇ ଦେଖ, ଏହି ଆକର୍ଷଣୀୟ ପ୍ରଦର୍ଶନ। ପୁରା ସିରିଜରେ ଯେଉଁ ଦୃଢସଂକଳ୍ପ ଓ ଇଛାଶକ୍ତି ଥିଲା ତାହା ଅଲଗା ପ୍ରକାର ଥିଲା। ପୁରା ଟିମକୁ ଅନେକ ଅନେକ ଶୁଭେଚ୍ଛା। ବନ୍ଧୁମାନେ, ଏହି ଐତିହାସିକ ବିଜୟର ଉତ୍ସବ ପାଳନ କର।”