ଆମାଜନ-ନେଟଫ୍ଲିକ୍ସ ସହ ୪୦୦ କୋଟିର ଡିଲ କଲା ଅନୁଷ୍କାଙ୍କ ପ୍ରଡକ୍ସନ ହାଉସ୍‌, ଆସିବ ୮ଟି ନୂଆ ଫିଲ୍ମ ଏବଂ ୱେବ୍-ସିରିଜ୍

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଳୀ ୨୭।୦୧ : ଅନୁଷ୍କା ଶର୍ମା ଜଣେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ନାମୀଦାମୀ ଅଭିନେତ୍ରୀ ହେବା ସହ ଜଣେ ପ୍ରଡ୍ୟୁସର ମଧ୍ୟ ଅଟନ୍ତି । ତାଙ୍କର ଏକ ପ୍ରଡକ୍ସନ ମଧ୍ୟ ଅଛି । ଯାହାର ନାମ କ୍ଲିନ୍‌ ସ୍ଲେଟ ଫିଲ୍ମସ୍‌ ପିଭି । ତାହା ବର୍ତ୍ତମାନ ଏବେ ବହୁତ ଜଣାଶୁଣା ହାଉସ୍‌ ଭାବେ ପରିଚିତ । ନେଟଫ୍ଲିକ୍ସ ଓ ଆମାଜନ ଓଟିଟି ପ୍ଲାଟଫର୍ମ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ହାଉସ୍‌ କ୍ଲିନ୍ ସ୍ଲେଟ୍ ଫିଲ୍ମସ୍‌ ସହିତ ୫୪ ମିଲିୟନ ଡଲାର(ପ୍ରାୟ ୪୦୫ କୋଟି ଟଙ୍କା)ର କାରବାର କରିଛି। ଭାରତୀୟ ବଜାରରେ ବଢୁଥିବା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କମ୍ପାନୀ । ଦୁଇ ଓଟିଟି ପ୍ଲାଟଫର୍ମ ଏଣ୍ଟରଟେନମେଣ୍ଟ ବଜାରରେ ନିଜର ସ୍ଥାନ ବଜାୟ ରଖିବା ଏବଂ ଫିଲ୍ମ ଓ ଓ୍ଵେବ ସିରିଜର ନୂଆ କଣ୍ଟେଟ୍ ପ୍ରସ୍ତୁତ ପାଇଁ ଏହି ଡିଲ୍‌ କରିଛି।
ତେବେ ରିପୋର୍ଟ ଅନୁଯାୟୀ, ଆଗାମୀ ୧୮ ମାସରେ ଆମାଜନ ଏବଂ ନେଟଫ୍ଲିକ୍ସର ଓଟିଟି ପ୍ଲାଟଫର୍ମରେ ୮ ଓ୍ଵେବ୍ ସିରିଜ୍ ଏବଂ ଫିଲ୍ମ ରିଲିଜ୍ ହେବ। ଏହା ବ୍ୟତୀତ ଅନେକ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ନେଟଫ୍ଲିକ୍ସର ମୁଖପାତ୍ର ମଧ୍ୟ କ୍ଲିନ ସ୍ଲେଟ୍ ଫିଲ୍ମସ ସହ ନିଶ୍ଚିତ ହୋଇ ସାରିଥିବା ସ୍ପଷ୍ଟ କରିଥିବା ବେଳେ ଆମାଜନ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ।
ନେଟଫ୍ଲିକ୍ସ ଗତ ମାସରେ ନିଜର ସବସ୍କ୍ରିପସନର ମୂଲ୍ୟ ୬୦ ପ୍ରତିଶତ ହ୍ରାସ କରିଥିଲା। ଏହା ପରେ ମଧ୍ୟ ଭାରତୀୟ ବଜାରରେ ନିଜର ସ୍ଥିତି ସେତେଟା ଦୃଢ କରି ପାରିନାହିଁ। କମ୍ପାନୀ ଆମାଜନ ଏବଂ ଓ୍ଵାଲ୍ଟ ଡିଜନୀଠୁ ଟପିବା ପାଇଁ କ୍ଲିନ ସ୍ଲେଟ୍ ଫିଲ୍ମସ ପରି ଉର୍ଦ୍ଧ୍ଵଗାମୀ ଷ୍ଟୁଡିଓଜ ଉପରେ ବାଜି ଲଗାଇଛି। ଏହି ଷ୍ଟୁଡିଓ ୨୦୧୫ରେ ଏନଏଚ-୧୦ ଫିଲ୍ମ ପ୍ରସ୍ତୁତ କରିଥିଲା। ଯାହା ବେଶ୍ ଆଦୃତ ଲାଭ କରିଥିବା ସହ ପ୍ରଶଂସା କରାଯାଇଥିଲା । ଏହା ବ୍ୟତୀତ ଆହୁରି ଫିଲ୍ମ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.