‘ନମୋ ଏଗେନ୍’ ଲେଖାଥିବା ସ୍ବେଟର ପିନ୍ଧି ସଂସଦକୁ ଆସିଲେ ଅନୁରାଗ ଠାକୁର ; ମୋଦି କଲେ ପ୍ରଶଂସା

Published By : Prameya-News7 Bureau | January 09, 2019 IST

ନୂଆଦିଲ୍ଲୀ ୯|୧: ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳଗୁଡିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଦଳ ତରଫରୁ ପ୍ରଚାର ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ନେତାମାନେ । ବିଜେପି ସାଂସଦ ଅନୁରାଗ ଠାକୁରଙ୍କୁ ମଧ୍ୟ ଏବେ ନିର୍ବାଚନୀ ମୁଡ୍‌ରେ ଦେଖିବାକୁ ମିଳିଲାଣି ।

ସୂଚନା ଅନୁସାରେ ଲୋକସଭାର ଶୀତ ଅଧିବେଶନରେ ବିଜେପି ସାଂସଦ ଅନୁରାଗ ଠାକୁରଙ୍କୁ ଏକ ନିଆରା ଆନ୍ଦାଜରେ ଦେଖିବାକୁ ମିଳିଥିଲା । ସାଂସଦ ଠାକୁର ଲୋକସଭାକୁ ‘ନମୋ ଏଗେନ୍’ ଲେଖାଥିବା ସ୍ବେଟର ପିନ୍ଧି ଆସିଥିଲେ । ଠାକୁରଙ୍କୁ ଏଭଳି ପୋଷାକ ପିନ୍ଧିଥିବାର ଦେଖି ଖୁସି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

wp:core-embed/twitter {"url":"https://twitter.com/narendramodi/status/1082592030721634304","type":"rich","providerNameSlug":"twitter","className":""}
https://twitter.com/narendramodi/status/1082592030721634304
/wp:core-embed/twitter

ସାଂସଦ ଅନୁରାଗ ଠାକୁର ଏକ ନୀଳ ରଙ୍ଗର ସ୍ବେଟର ପିନ୍ଧିଥିଲେ । ସେହି ସ୍ବେଟରରେ ‘ନମୋ ଏଗେନ୍’ ଲେଖାଥିଲା । ଅନୁରାଗଙ୍କ ଫଟୋକୁ ନମୋ ମର୍ଚେଣ୍ଡାଇଜ୍ ଟ୍ବିଟର ହ୍ୟାଣ୍ଡଲରୁ ଶେୟାର କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ୍‌ରେ ଅନୁରାଗଙ୍କ ଫଟୋ ସେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି ‘ବହୁତ ସୁନ୍ଦର ଦିଶୁଛ’।

wp:core-embed/twitter {"url":"https://twitter.com/namomerchandise/status/1082526818064785409","type":"rich","providerNameSlug":"twitter","className":""}
https://twitter.com/namomerchandise/status/1082526818064785409
/wp:core-embed/twitter

ବିଜେପି ତାର ପ୍ରଚାର ପ୍ରସାର ପାଇଁ ସବୁବେଳେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଏ । ୨୦୧୪ ଲୋକସଭା ନିର୍ବାଚନରେ ‘ଚାୟ ପର୍ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାର ଭିନ୍ନ ଉପାୟ ଅବଲମ୍ବନ କରିଥିଲା ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.