ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯/୧୦ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମିଶି ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି। ସେ କହିଛନ୍ତି ଯେ ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାକୁ କେନ୍ଦ୍ର ସରକାର ଆଗକୁ ଜରୁରୀ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହାସହ ସେ ସଂକେତ ଦେଇଛନ୍ତି ଯେ ପ୍ରିଭେଟ ସେକ୍ଟର କର୍ମଚାରୀଙ୍କ ପାଇଁ LTA ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ନିଜଟାରେ ଘୋଷଣା ହୋଇଥିବା ପ୍ରୋତ୍ସାହନକୁ ନେଇ ସେ କହିଛନ୍ତି ଯେ ବଞ୍ଚିତ ଓ ଗରିବ ବର୍ଗଙ୍କୁ ସାହାଯ୍ୟ କରିବାକୁ ସରକାର ଚାହୁଁଛନ୍ତି। ଏହି ପ୍ୟାକେଜ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏହାର ସିଧା ଲାଭ ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ମିଳିବ।

ପ୍ରାଇଭେଟ ସେକ୍ଟର କର୍ମଚାରୀଙ୍କୁ LTA ଲାଭ ଦେବାକୁ ନେଇ ସେ କହିଛନ୍ତି ଯେ ଖୁବ ଶୀଘ୍ର ସେହି କର୍ମଚାରୀଙ୍କ ପାଇଁ ମଧ୍ୟ ସ୍ପଷ୍ଟୀକରଣ ଜାରି କରାଯିବ ଯେଉଁମାନେ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଗ୍ରହଣ କରିଛନ୍ତି କିମ୍ବା ଯେଉଁମାନେ ପୂର୍ବରୁ LTA ଲାଭ ନେଇଛନ୍ତି। ଆଗାମୀ ସପ୍ତାହରେ ଏ ସମ୍ବନ୍ଧରେ ସ୍ପଷ୍ଟୀକରଣ ଜାରି ହୋଇପାରେ।

ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଅନୁରାଗ ଠାକୁର ଦୁଇଟି ପ୍ରୋତ୍ସାହନ ପ୍ୟାକେଜ ଏବଂ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବକୁ ନେଇ କହିଛନ୍ତି ଯେ ଆମକୁ ବଡ ଫଟୋ ଆବଶ୍ୟକ। ଆଲୋଚନା ହେବା ସ୍ୱାଭାବିକ। ଭାରତ ଏକମାତ୍ର ଦେଶ ଯେଉଁଠାରେ ୮ ମାସ ପାଇଁ ୮୦ କୋଟି ଲୋକଙ୍କୁ ଫ୍ରିରେ ରାସନ ଦିଆଯାଇଛି। ଏହାଛଡା ଗରିବ ବର୍ଗଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ଏହାଛଡା ସୁକ୍ଷ୍ମ ଓ ଲଘୁ ବ୍ୟବସାୟୀଙ୍କ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ନେଇ ଅନୁରାଗ ଠାକୁର କହିଛନ୍ତି ଯେ ଏହା ଭଲ ସ୍ଥିତିରେ ଅଛି। ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ କେବଳ ମନରେଗା କିମ୍ବା କୃଷି ନାହିଁ। ଭିତ୍ତିଭୂମି ସ୍ତରରେ ଏଠାରେ କାମ ହେଉଛି ଯେଉଁଠାରେ ରୋଜଗାରର ନୂଆ ମଉକା ମିଳୁଛି। ଗ୍ରାମୀଣ ଅଞ୍ଚଳରେ ଟ୍ରାକ୍ଟର, ବାଇକ, କାର ଓ ଘରର ଚାହିଦା ବଢୁଛି। ଲୋକେ ବର୍ତ୍ତମାନ ଏସବୁରେ ଖର୍ଚ୍ଚ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.