କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର, ଜୁଲାଇରେ ମିଳିବ ମହଙ୍ଗା ଭତ୍ତା

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ, ୧୦/୦୩: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜୁଲାଇ ମାସଠାରୁ ସମ୍ପୂର୍ଣ୍ଣ ଭାବେ ଏହି କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ମିଳିବାକୁ ଯାଉଛି । ଏଥିସହତ ବାକି ଥିବା ଭତ୍ତାକୁ ମଧ୍ୟ ଖୁବ୍‌ଶିଘ୍ର ସେମାନଙ୍କୁ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର୍‌ ଏନେଇ ସଂସଦରେ ସୂଚନା ଦେଇଛନ୍ତି ।

ପୂର୍ବରୁ କରୋନା କାରଣରୁ ମହଙ୍ଗା ଭତ୍ତାର ତିନୋଟି ସ୍ତରକୁ ରୋକ ଲଗାଇ ଦିଆଯାଇଥିଲା । ଏଥିରେ ୧ ଜାନୁଆରି ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ର କିସ୍ତି ସାମିଲ୍‌ ଥିଲା ।

ସଂସଦରେ ଏହି ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତ୍ତିରେ ପାଖାପାଖି ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ । ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ୨୦୨୧ ଜୁଲାଇ ୧ରେ ଦିଆଯିବାକୁଥିବା ମହଙ୍ଗା ଭତ୍ତା ଉପରେ ଯେବେ ବିଚାର କରାଯିବ ସେଥିରେ ପୂର୍ବ କିସ୍ତିକୁ ମିଶାଇ ସେମାନଙ୍କୁ ଦିଆଯିବ ବୋଲି ସେ କହିଥିଲେ ।

ସେ ସଂସଦରେ ପୁଣି କହିଛନ୍ତି ଯେ, ଏହି ତିନି କିସ୍ତି ନଦେବା କାରଣରୁ ସରକାର ପାଖାପାଖି ୩୭,୫୩୦.୦୮ କୋଟି ଟଙ୍କା ବଞ୍ଚାଇଛନ୍ତି । ପୂର୍ବରୁ କେନ୍ଦ୍ର ମହଙ୍ଗା ଭତ୍ତାର ପୂରୁଣା ଦରକୁ ଲାଗୁ କରିଥିଲା । ଅର୍ଥାତ୍‌ ୧୭ ପ୍ରତିଶତ ଲାଗୁ କରାଯାଇଥିଲା । ହେଲେ ବର୍ତ୍ତମାନ ଏହା ୨୧ ପ୍ରତିଶତ ରହିଥିବା ବେଳେ ଏହାକୁ ଏ ପର୍ଯ୍ୟନ୍ତ ବୃଦ୍ଧି କରାଯାଇନଥିବା ଜଣାପଡ଼ିଛି । ହେଲେ ଆଗକୁ ଏହା ବୃଦ୍ଧି ହେବା ନେଇ ଆଶା କରାଯାଉଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.