ଟୋକିଓ ଅଲିମ୍ପିକ୍‌ରେ ଖେଳାଳିଙ୍କୁ ଉତ୍ସାହିତ କରିବ ଏହି ଗୀତ, କ୍ରିଡାମନ୍ତ୍ରୀଙ୍କ ଦ୍ୱାରା ‘ଚିୟର ଫର ଇଣ୍ଡିଆ’ ଲୋକାର୍ପିତ

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪।୭: କେନ୍ଦ୍ର କ୍ରିଡାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଟୋକିଓ ଅଲିମ୍ପିକ୍ ଯାଉଥିବା ଭାରତୀୟ ଟିମ୍‌ ଲାଗି ଅଫିସିଆଲ ଗୀତ ‘ଚିୟର ଫର ଇଣ୍ଡିଆ’ ଲଞ୍ଚ କରିଛନ୍ତି। ଏହି ଅବସରରେ ଠାକୁର ଦେଶବାସୀଙ୍କୁ ଏହି ଗୀତ ସାଙ୍ଗାସାଥୀଙ୍କ  ମଧ୍ୟରେ ସେୟାର କରିବା ସହ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ନିବେଦନ କରିଛନ୍ତି।ଟୋକିଓ ଅଲିମ୍ପିକରେ ଭାଗନେବାକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ନିମନ୍ତେ ଏହି ଗୀତକୁ ଗ୍ରାମୀ ପୁରସ୍କାର ବିଜେତା  ଏ.ଆର.ରହେମାନ ଓ ଯୁବ ଗାୟିକା ଅନନ୍ୟା ବିରଳା ମିଳିତ ପ୍ରସ୍ତୁତ କରିଛନ୍ତି। ଏହି ଗୀତର ଶୀର୍ଷକ ଚିୟର ଫର ଇଣ୍ଡିଆ ରଖା ଯାଇଛି। ଏଥିଲାଗି କ୍ରିଡାମନ୍ତ୍ରୀ ରହମାନ ଓ ଅନନ୍ୟାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

{"id":480608,"sizeSlug":"large","linkDestination":"none"}
ୋଲହୀୋୁ ୂପୋକହୀ ତହଲମପ

କରୋନା ମହାମାରୀ ଭଳି ଭୟାନକ ସଂକ୍ରମଣ ପ୍ରକୋପ କାଳରେ ମଧ୍ୟ  ସେମାନେ ଦେଶର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଗୀତ ସଂଯୋଜନା କରିଥିବାରୁ ଠାକୁର ଧନ୍ୟବାଦ ଜଣାଇଛନ୍ତି।ଗୀତ ଲଞ୍ଚିଂ ପାଇଁ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବତ୍ରା, କ୍ରିଡା ରାଜ୍ୟମନ୍ତ୍ରୀ ନିଶିଥ ପ୍ରମାଣିକ, କ୍ରିଡା ସଚିବ ରବି ମିତ୍ତଲ, ସାଇ ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଏବଂ ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ।

wp:embed {"url":"https://twitter.com/Media_SAI/status/1415270844117385218","type":"rich","providerNameSlug":"twitter","responsive":true,"className":""}
https://twitter.com/Media_SAI/status/1415270844117385218
/wp:embed

ଟୋକିଓ ଅଲିମ୍ପିକକୁ ଭାରତ ୧୧୯ ଖେଳାଳିଙ୍କ ସହ ୨୨୮ ସଦସୀୟ ଦଳକୁ ଜାପାନ ପଠାଉଛି। ଏ ନେଇ ମେହେଟ୍ଟା ପୂର୍ବରୁ ମଧ୍ୟ ସୂଚିତ କରିଛନ୍ତି। ଏପର୍ଯ୍ୟନ୍ତ ଅଲିମ୍ପିକକୁ ପଠାଯାଇଥିବା ଏହା ସବୁଠୁ ବଡ ଭାରତୀୟ ଦଳ ହେବ। ଖେଳାଳିଙ୍କ ପ୍ରଥମ ଦଳ ଜୁଲାଇ ୧୭ ତାରିଖରେ ଟୋକିଓ ବାହାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.