Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

୨ହଜାର ଟଙ୍କା ମୁଦ୍ରାକୁ ନେଇ ସ୍ପଷ୍ଟିକରଣ ଦେଲେ ସରକାର, ଅନୁରାଗ ଠାକୁର କହିଲେ ଜାରି ରହିଛି ମୁଦ୍ରଣ

20/09/2020 at 7:16 PM

ନୂଆଦିଲ୍ଲୀ ୨୦।୯: ଗତ କିଛି ମାସ ହେଲା ଏଟିଏମରୁ ୨ହଜାର ଟଙ୍କା ନୋଟ୍‌ ବାହାରିବା କମିଛି। ନଗଦ ଉଠାଣ ବେଳେ ମଧ୍ୟ ବ୍ୟାଙ୍କମାନେ ଅଧିକ ସଂଖ୍ୟକ ଏହି ନୋଟ୍‌ ଦେଉ ନାହାନ୍ତି। ଯାହାକୁ ନେଇ ସରକାର ଏବେ ଦେଶରେ ୨ ହଜାର ଟଙ୍କା ନୋଟ୍ ପ୍ରଚଳନ ବନ୍ଦ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏ ନେଇ କେନ୍ଦ୍ର ଅର୍ଥରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ରବିବାର ସଂସଦରେ ତାଙ୍କର ବୟାନ ରଖିଛନ୍ତି।

ଏକ ଲିଖିତ ପ୍ରଶ୍ନର ଜବାବରେ ଠାକୁର କହିଛନ୍ତି ଯେ ୨ହଜାର ଟଙ୍କା ନୋଟ ପ୍ରଚଳନ ବନ୍ଦ କରିବା ନେଇ ସରକାରଙ୍କ କୌଣସି ବିଚାର ନାହିଁ। ତେବେ ପ୍ରଚଳିତ ମୁଦ୍ରା ସଂଖ୍ୟା ହ୍ରାସ ହୋଇଛି। କୌଣସି ମୂଲ୍ୟର ନୋଟ ମୁଦ୍ରଣ କରିବାର ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ଉପରେ ନ୍ୟସ୍ତ। ଏଥିରେ ୨୦୧୯-୨୦ ଓ ୨୦୨୦-୨୧ ଲାଗି ୨ହଜାର ଟଙ୍କା ମୁଦ୍ରଣ ନିମନ୍ତେ ଆରବିଆଇ ଏପର୍ଯ୍ୟନ୍ତ କୌଣସି ଦାବିପତ୍ର ଦେଇନାହାନ୍ତି।

628909156

ତେବେ ଠାକୁରଙ୍କ ସୂଚନା ଅନୁସାରେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୨୭ହଜାର ୩୯୮ଲକ୍ଷ ନୂଆ ୨ହଜାର ଟଙ୍କିଆ ନୋଟ ପ୍ରଚଳନରେ ଥିଲା। ସେହି ଅନୁସାରେ ମାର୍ଚ୍ଚ ୨୦୧୯ ସୁଦ୍ଧା ୩୨ହଜାର ୯୧୦ ଲକ୍ଷ ନୋଟ ବଜାରରେ ଥିଲା। ୨୦୧୮ ମସିହା ଶେଷ ବେଳକୁ ୩୩ ହଜାର ୬୩୨ ଲକ୍ଷ ୨ ହଜାର ଟଙ୍କା ନୋଟ କାରବାର ହେଉଥିବାର ସେ ସଂସଦକୁ କହିଛନ୍ତି।

ଆରବିଆଇଙ୍କ ୨୦୧୯-୨୦ ରିପୋର୍ଟ ମୁତାବକ ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୩୩ ହଜାର ୬୩୨ ଲକ୍ଷ ୨ହଜାର ଟଙ୍କା ନୋଟ ପ୍ରଚଳନରେ ଥିଲା। ତେବେ ଏହି ମୁଦ୍ରା ସଂଖ୍ୟା ମାର୍ଚ୍ଚ ୨୦୧୯ ସୁଦ୍ଧା ୩୨ ହଜାର ୯୧୦ ଲକ୍ଷକୁ ହ୍ରାସ ହୋଇଥିଲା। ଯାହା ୩୧ ମାର୍ଚ୍ଚ ୨୦୨୦ ବେଳକୁ ୨୭ ହଜାର ୩୯୮ ଲକ୍ଷକୁ ହ୍ରାସ ହୋଇଛି। ରିପୋର୍ଟ ମୁତାବକ ପ୍ରଚଳନରେ ଥିବା ୨ ହଜାର ନୋଟ ସଂଖ୍ୟା ହ୍ରାସ ହୋଇ ଏବେ ୨.୪ ପ୍ରତିଶତ ହୋଇଯାଇଛି। ତେବେ ମାର୍ଚ୍ଚ ୨୦୧୮ ବେଳକୁ ଏହି ମୁଦ୍ରା ସଂଖ୍ୟା ୩.୩ ପ୍ରତିଶତ ଥିଲା। ତେବେ ଏହି ସମୟରେ ୨୦୦ ଓ ୫୦୦ ଟଙ୍କା ମୁଦ୍ରାର ପ୍ରଚଳନ ଢେର ବଢିଥିବା କହିଛନ୍ତି ଅର୍ଥ ରାଜ୍ୟମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ କରୋନା ଲକଡାଉନ୍‌ ଯୋଗୁ ଟଙ୍କା ଶାଳରେ ସାମୟିକ ମୁଦ୍ରଣ ବନ୍ଦଥିଲା। ତେବେ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଏବେ ପୁଣି ପ୍ରିଣ୍ଟିଂ ହେଉଛି। ନାସିକ ଟଙ୍କାଶାଳରେ କର୍ମଚାରୀ କରୋନା ସଂକ୍ରମିତ ହେବା ଯୋଗୁ ଇତିମଧ୍ୟରେ ୩ ଥର ବନ୍ଦ ହେଲାଣି। ତେବେ ପୁଣି କାର୍ଯ୍ୟ ସ୍ୱଭାବିକ ହେବା ସହ ଟଙ୍କା ଛପା ହେଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।   

   Related Posts