Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୧୪ ବର୍ଷ ବୟସରେ ପ୍ରଥମେ କିସ୍‌ କରିଥିଲେ ଅନୁରାଗ କଶ୍ୟପଙ୍କ ଝିଅ ଆଲିୟା କଶ୍ୟପ, କହିଲେ ଏମିତି କିଛି…

3/07/2021 at 5:34 PM

ମୁମ୍ବାଇ ୦୩/୦୭ : ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଝିଅ ଆଲିୟା କଶ୍ୟପ ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଦୂରରେ ଥିଲେ ମଧ୍ୟ ସର୍ବଦା ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି । ସେ କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି । ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ସ ଫଲୋଅର୍ସ କେଉଁ ସୁପରଷ୍ଟାରଙ୍କ ଠାରୁ କମ୍ ନୁହେଁ । କେତେବେଳେ ଫଟୋ ତ କେତେବେଳେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ଆଲିଆ । ଏହା ପୂର୍ବରୁ ଆଲିଆ ପୁଣି ଡେଟିଂ ଆପ୍ ପାଇଁ ଚର୍ଚ୍ଚାରେ ଆସିଥିଲେ ।

ଏବେ କିନ୍ତୁ ଆଲିୟା ତାଙ୍କର ପ୍ରଥମ କିସ୍ ବିଷୟରେ ଖୁଲାସା କରିଛନ୍ତି । ଯେଉଁଥି ପାଇଁ ସେ ବର୍ତ୍ତମାନ ହେଡଲାଇନ୍ ପାଲଟିଛନ୍ତି । ଆଲିୟା କଶ୍ୟପ ନିଜର ବେବଫା ଅନ୍ଦାଜର ପରିଚୟ ମଧ୍ୟ ଦେଖାଇଛନ୍ତି । ଯେଉଁଥିରେ ଅବନ୍ତୀ ନାଗରାଲର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରାଯାଇଥିଲା । ଆଲିଆ ସେଥିରେ ତାଙ୍କ ପ୍ରଥମ କିସ୍ ବିଷୟରେ କିଛି କହୁଥିବାର ଦେଖିବାକୁ ମିଳିଛି । ସେହି ଭିଡିଓରେ ତାଙ୍କର ବୟଫ୍ରେଣ୍ଡ ସେନ୍ ଗ୍ରୋଗେଇରଙ୍କ ସହ ନଜର ଆସିଥିଲେ । ଭିଡିଓରେ କିଭଳି ତାଙ୍କ ବୟଫ୍ରେଣ୍ଡଙ୍କ ସହ ଏକ ଡେଟିଙ୍ଗ ଆପରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏହା ସହ  ତାଙ୍କର ପ୍ରଥମ ଅନୁଭବ କଣ ରହିଥିଲା ଏବଂ ସେ ୧୪ ବର୍ଷ ବୟସରେ ପ୍ରଥମ ଥର ପାଇଁ କିସ୍ କରିଥିବା କଥା କହିଥି​‌ଲେ ।

ଆଲିୟା ଏହି ବିଷୟରେ କହିଛନ୍ତି କି , ମୁଁ ୧୪ ବର୍ଷ ବୟସର ଥିବାବେଳେ ସବୁଠାରୁ ଖରାପ ଅନୁଭବ ରହିଥିଲା । କିଶୋରବସ୍ଥାରେ ବା ଟିନ୍ ଏଜରେ କିପରି ଡେଟ୍ କରିଥିଲେ ତାହା କହିଥିଲେ କି ସେ ମୋର ପ୍ରଥମ ବୟଫ୍ରେଣ୍ଡ ଥିଲେ ଆଉ ମୁଁ ସେତେବେଳେ ୧୩ ବର୍ଷର ଥିଲି । ଏହା ସବୁ ମୋ ଯୋଗୁଁ…. କାହିଁକି ନା ଏହା ପରେ ମୁଁ ପଳାଇ ଆସିଥିଲି .. ।  ମୁଁ ବହୁତ ଲାଜକୁଳି ଥିଲି । ମୁଁ ତାଙ୍କୁ ସେଠାରେ ଛାଡିକି ପଳାଇଥିଲି । ମୋର ମନେ ଅଛି କି ସେହି ସମୟରେ ମୋର ବେଷ୍ଟ ଫ୍ରେଣ୍ଡ ମୋ ବୟଫ୍ରେଣ୍ଡର ବେଷ୍ଟଫ୍ରେଣ୍ଡଙ୍କୁ ଡେଟ୍ କରୁଥିଲା । ଏଥିପାଇଁ ଆମେ ଷ୍ଟାରବକ୍ସରେ ଆମର ଡବଲ ଡେଟ୍ ରଖିଥିଲୁ । ସେଠାରେ ଆମର ଦୁଇ ଜଣ ସାଙ୍ଗ ମଧ୍ୟ ବ୍ଲାକ୍ କଲରର ହୁଡି ପିନ୍ଧିକି ଷ୍ଟକ କରିବାକୁ ଆସିଥିଲେ।

   Related Posts