Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଏବେ ଏହି ୨୫ବର୍ଷ ବୟସ୍କା ଯୁବତୀଙ୍କୁ ଡେଟ୍ କରୁଛନ୍ତି ଅନୁରାଗ କଶ୍ୟପ : ଜାଣନ୍ତୁ ତାଙ୍କ ଲଭ ଲାଇଫ ସମ୍ପର୍କରେ

10/09/2019 at 3:14 PM

ମୁମ୍ବାଇ ୧୦/୯: ଅନୁରାଗ କଶ୍ୟପ ବଲିଉଡର ଏକ ଏପରି ନିର୍ଦେଶକ ଯାହାଙ୍କ ଫିଲ୍ମ ସବୁଠୁ ହଟକେ ହୋଇଥାଏ। ଏହି କାରଣରୁ ସେ ଯୁବପୀଢ଼ିଙ୍କ ଗହଣରେ ଖୁବ୍ ଲୋକପ୍ରିୟ। ଅନୁରାଗ ନିଜର ପେଶାଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୧୯୭୨ମସିହା ସେପ୍ଟେମ୍ବର ୧୦ତାରିଖରେ ଜନ୍ମ ହୋଇଥିବା ଅନୁରାଗ କଶ୍ୟପ ଗୋରଖପୁରରେ ରୁହନ୍ତି। ଅନୁରାଗ ଦୁଇ ଦୁଇ ଥର ବିବାହ କରିଛନ୍ତି କିନ୍ତୁ ତାଙ୍କ ସମ୍ପର୍କ କାହା ସହ ମଧ୍ୟ ବେଶୀ ଦିନ ତିଷ୍ଠିପାରିନଥିଲା। ଏହା ପରେ ତାଙ୍କ ନାଁ ତାଙ୍କଠୁ ଅଧା ବୟସ ଥିବା ଯୁବତୀଙ୍କ ସହ ଯୋଡ଼ି ହୋଇଥିଲା। ଏବେ ଅନୁରାଗ ଏହି ଯୁବତୀଙ୍କ ସହ ରିଲେସନରେ ଅଛନ୍ତି।

କଲ୍କି କୋଚଲିନଙ୍କଠୁ ଅଲଗା ହେବା ପରେ ୪୭ବର୍ଷ ବୟସ୍କ ଅନୁରାଗ କଶ୍ୟପ ତାଙ୍କ ପ୍ରଡକ୍ସନ ହାଉସରେ କାମ କରୁଥିବା ଶୁଭ୍ରା ସେଟ୍ଟୀଙ୍କୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ। ଉଭୟେ ୨୦୧୫ମସିହାରୁ ରିଲେସନଶିପରେ ଅଛନ୍ତି। ସେତେବେଳେ ଶୁଭ୍ରାଙ୍କୁ ୨୧ବର୍ଷ ହୋଇଥିଲା। ବର୍ତ୍ତମାନ ତାଙ୍କୁ ୨୫ବର୍ଷ ହୋଇସାରିଛି।

ଅନୁରାଗ ଏବଂ ଶୁଭ୍ରା ତାଙ୍କ ସମ୍ପର୍କ ବିଷୟରେ କାହାକୁ ଜଣାଇନଥିଲେ। ଗତ ବର୍ଷ ଏକ ସାକ୍ଷାତକାରରେ ଅନୁରାଗ ନିଜ ଆଫେୟାର ବିଷୟରେ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ – ‘ସମସ୍ତଙ୍କୁ ପ୍ରେମ କରିବାର ଅଧିକାର ରହିଛି। ସେ ପ୍ରେମକୁ ଗୁରୁତ୍ବ ଦିଅନ୍ତି ବୟସ ୯୦ବର୍ଷର ହୋଇଥାଉନା କାହିଁକି? ସେ ଭଙ୍ଗା ହୃଦୟକୁ ନେଇ ସମୟ ନଷ୍ଟ କରିବାକୁ ଚାହଁନ୍ତି ନାହିଁ।’

 ଅନୁରାଗ ଆହୁରି ମଧ୍ୟ କହିଥିଲେ ଯେ- ‘ ବଲିଉଡରେ ଏପରି ଅନେକ ଗୀତ ରହିଛି ଯେଉଁଗୁଡ଼ିକ ଭଙ୍ଗା ହୃଦୟ ଉପରେ ଆଧାରିତ। ସେ ଘୁଙ୍ଗୁର ଭଳି ବାଜିଥାଆନ୍ତି। ସେ ଭଙ୍ଗା ହୃଦୟ ପରିବର୍ତେ ପୁଣି ଥରେ ପ୍ରେମରେ ପଡ଼ିବା ଉପରେ ବିଶ୍ବାସ ରଖନ୍ତି।’

ଅନୁରାଗ ୨୦୦୩ମସିହାରେ ଆରତୀ ବଜାଜଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ମଧ୍ୟ ଅଛନ୍ତି। ୨୦୦୯ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହା ପରେ ୨୦୧୧ମସିହାରେ ସେ କଲ୍କିଙ୍କୁ ବିବାହ କରିଥିଲେ କିନ୍ତୁ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୧୫ମସିହାରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

   Related Posts