Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

EC ଙ୍କ ନିର୍ଦ୍ଦେଶ ମାନିବନି ବିଜେପି ! ଦିଲ୍ଲୀରେ ପ୍ରଚାର କରିବେ ଅନୁରାଗ ଠାକୁର ଓ ପରବେଶ ବର୍ମା

29/01/2020 at 5:35 PM

ନୂଆଦିଲ୍ଲୀ ୨୯/୦୧ –  ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରରେ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରୁ ଅନୁରାଗ ଠାକୁର ଏବଂ ପରବେଶ ବର୍ମାଙ୍କ ନାମ ବାଦ ଦେବାକୁ ନିର୍ବାଚନ କମିଶନ (EC) ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତାକୁ ମାନିବନି ବିଜେପି । ଦିଲ୍ଲୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଜାରି ରଖିବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ସାଂସଦ ପରବେଶ ବର୍ମା । ଦିଲ୍ଲୀର ବିଜେପି ମିଡିଆ ସେଲ୍ ମୁଖ୍ୟ ଅଶୋକ ଗୋଏଲ ଏହା କହିଛନ୍ତି ।

 ଇସିଙ୍କ ନିର୍ଦ୍ଦେଶର ତର୍ଜମା କରି ଅଶୋକ ଗୋଏଲ ଦଳୀୟ ନେତା ଅନୁରାଗ ଠାକୁର ଏବଂ ପରବେଶ ବର୍ମାଙ୍କ ସପକ୍ଷରେ ଯୁକ୍ତି ରଖିଛନ୍ତି । କହିଛନ୍ତି, ଇସି କେବଳ ଷ୍ଟାର କ୍ୟାମ୍ପେନର ତାଲିକାରୁ ଅନୁରାଗ ଠାକୁର ଏବଂ ପରବେଶ ବର୍ମାଙ୍କ ନାମ କାଟିଦେବାକୁ କହିଛନ୍ତି । ପ୍ରଚାରରୁ ବାଦ ପଡିବା କଥା କହିନାହାନ୍ତି କିମ୍ବା ତାଙ୍କ ଦଳୀୟ ପ୍ରାର୍ଥୀଙ୍କ ଲାଗି ସେମାନଙ୍କ ପ୍ରଚାର ଉପରେ ବ୍ରେକ୍ ଲଗାଇ ନାହାନ୍ତି ।

ନିର୍ବାଚନ କମିସନ ତାଙ୍କ ନିର୍ଦ୍ଦେଶ ଜାରି କରିବାର କିଛି ସମୟ ପରେ , ଦୁଇ ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର ତରିକା ଉପରେ କହିଛନ୍ତି ଅଶୋକ ଗୋଏଲ । ସେ  କହିଛନ୍ତି, କ୍ଷମତାପ୍ରାପ୍ତ ବା ଘୋଷିତ ଷ୍ଟାର କ୍ୟାମ୍ପେନର ଏବଂ  ଅନ୍ୟ ପ୍ରଚାରକଙ୍କ ମଧ୍ୟରେ ନିର୍ବାଚନ ଖର୍ଚ୍ଚକୁ ନେଇ ଫରକ ରହିଛି । ଷ୍ଟାର କ୍ୟାମ୍ପେନରଙ୍କ ଯାତାୟତ ଖର୍ଚ୍ଚ, ବିମାନ ବା ହେଲିକପ୍ଟର ଖର୍ଚ୍ଚ ଆଦି ଦଳର ନିର୍ବାଚନକର୍ଚ୍ଚରେ ହିସାବ କରାଯାଇଥାଏ । କିନ୍ତୁ ଅନ୍ୟ ପ୍ରଚାରକଙ୍କ ଖର୍ଚ୍ଚ ନିର୍ଦ୍ଦିଷ୍ଟ ଆଧାରରେ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସହ ହିସାବ କରାଯାଇଥାଏ । ଏହି ଆଧାରର ବା ଯୁକ୍ତି ବଳରେ ଅନୁରାଗ ଏବଂ ପରବେଶଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ଲଗାଇବ ବିଜେପି ।

.ଅନୁରାଗ ଠାକୁର ଏବଂ ପରବେଶ ବର୍ମା ସେମାନଙ୍କ ବିବାଦୀୟ ବୟାନ ଲାଗି ଇସିଙ୍କ ଆକ୍ସନର ସମ୍ମୁଖୀନ ହୋଇଛନ୍ତି । ଦିଲ୍ଲୀର ସାହୀନ ବାଗ୍‌ରେ ଆନ୍ଦୋଳନରେ ବସିଥିବା ସିଏଏ ବିରୋଧୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ପରବେଶ ବର୍ମା । ସେ କହିଥିଲେ, ସେମାନେ ଘରେ ପଶି ଦୁଷ୍କର୍ମ ସହ ଲୋକଙ୍କୁ ହତ୍ୟା କରିବେ । କେବଳ ବିଜେପି ଫେବୃଆରୀ ୮ ନିର୍ବାଚନ ଜିତିବା ପରେ ହିଁ ସେମାନଙ୍କୁ ରୋକି ପାରିବ । ଏହି ମନ୍ତବ୍ୟ ଇସିଙ୍କୁ ଆକ୍ସନନେବାକୁ ବାଧ୍ୟ କରିଛି । ସେପଟେ ଅନୁରାଗ ଠାକୁର ତାଙ୍କ ଭାଷଣରେ …ଦେଶ ବିରୋଧୀଙ୍କୁ  ଗୁଳି ମାର ଭଳି କଥା କହିଥିଲେ । ଅଥିଲାଗି ଦୁଇ ନେତାଙ୍କୁ ଇସି ନୋଟିସ ମଧ୍ୟ କରିଥିଲେ  । ଏବେ ସେମାନଙ୍କୁ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରୁ ବାଦ ଦିଆଯାଇଛି ।

   Related Posts