ବଲିଉଡ୍ ଜଗତକୁ ଆଉ ଏକ ଝଟ୍‌କା: ଅନୁରାଧା ପୌଡ଼ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ୱାଲଙ୍କ ପରଲୋକ

Published By : Prameya-News7 Bureau | September 12, 2020 IST

ମୁମ୍ବାଇ ୧୨/୦୯ : ବର୍ଷ ୨୦୨୦ ବଲିଉଡ ଜଗତ ପାଇଁ ଅନେକ ଶୋକ ସମ୍ବାଦ ଆଣିଛି । ଚଳିତ ବର୍ଷ ବଲିଉଡର ଅନେକ ସେଲିବ୍ରିଟିଙ୍କ ପରଲୋକ ହୋଇଛି । ଋଷି କପୁର, ଇରଫାନ ଖାନ, ୱାଜିଦ ଅଲିଙ୍କ ସମେତ ଅନେକ ସିଲିବ୍ରିଟି ଦୁନିଆକୁ ଅଲବିଦା କରିଛନ୍ତି । ମନୋରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି । ବଲିଉଡର ପ୍ରଚ୍ଛଦପଟ ଗାୟିକା ଅନୁରାଧା ପୌଡ଼ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ୱାଲଙ୍କ ପରଲୋକ ହୋଇଛି । ଆଦିତ୍ୟ ପୌଡ଼ୱାଲଙ୍କ ଦେହାନ୍ତ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ୩୫ ବର୍ଷ ବୟସରେ ସେ ଦୁନିଆକୁ ସବୁଦିନ ପାଇଁ ଅଲବିଦା କରି ଚାଲି ଯାଇଛନ୍ତି ।

{"id":328457,"sizeSlug":"large"}

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । କିଡନୀ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ଥିଲେ । କିଡନୀ ଫେଲ ହେବାରୁ ଶନିବାର ସକାଳେ ତାଙ୍କର ଆକସ୍ମିକ ଦେହାନ୍ତ ହୋଇଛି ।

{"id":328458,"sizeSlug":"large"}

ଆଦିତ୍ୟ ପୌଡ଼ୱାଲ ମଧ୍ୟ ନିଜ ମା'ଙ୍କ ଭଳି ଭଜନ ଓ ଭକ୍ତି ସଂଗୀତ ଗାଉଥିଲେ । ଏକ ଇଣ୍ଟରଭ୍ୟୁରେ ଆଦିତ୍ୟ କହିଥିଲେ ଯେ ସେ ଭକ୍ତି ଗୀତରେ ହିଁ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛନ୍ତି । ସେ ଜଣେ ସଂଗୀତ ନିର୍ଦେଶକ ମଧ୍ୟ ଥିଲେ । ଦେଶର ସବୁଠାରୁ କମ ବୟସ ସଂଗୀତ ନିର୍ଦେଶକ ବର୍ଗରେ ଲିମକା ବୁକ ଅଫ ରେକର୍ଡରେ ତାଙ୍କ ନାଁ ସାମିଲ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.