Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନୁପ୍ରିୟା ଲାକ୍ରା ହେଲେ ମାଲକାନଗିରିର ପ୍ରଥମ ମହିଳା ପାଇଲଟ

8/09/2019 at 9:15 PM

ଭୁବନେଶ୍ୱର- ଅନୁପ୍ରିୟା ଲାକ୍ରା ମାଲକାନଗିରିର ପ୍ରଥମ ମହିଳା ପାଇଲଟ ହୋଇଛନ୍ତି । ଜୀବନରେ ଲକ୍ଷ୍ୟ ପୂରଣ ପରିଶ୍ରମ କଲେ କିଛି ବି ଅସମ୍ଭବ ନୁହେଁ । ନିଜର ଶିକ୍ଷା ଶେଷ ପରେ ୬ ବର୍ଷର ଆହ୍ୱାନ ଭରା ତାଲିମ ନେଇ ଏବି ଅନୁପ୍ରିୟା ମାଲକାନଗିରିର ପ୍ରଥମ ମହିଳା ପାଇଲଟ ହୋଇପାରିଛନ୍ତି । ସେ ଆଦିବାସୀ ମହିଳା ପାଇଲଟ ହୋଇପାରିଛନ୍ତି । ଏବେ ଏକ ବେସରକାରୀ ବିମାନ କମ୍ପାନୀରେ ତାଙ୍କୁ ନିଯୁକ୍ତି ମିଳିଛି । ସେ ଏବେ ସହ ପାଇଲଟ ଭବେ କାର୍ଯ୍ୟକରିବେ ।


ଭୁବନେଶ୍ୱରରେ ଥିବା ଏକ ଇଂଜିନିୟରିଂ କଲେଜରେ ସେ ବି ଟେକ୍‌ କରିଥିଲେ । ଏହାପରେ ଭୁବନେଶ୍ୱରରେ ଥିବା ଏକ ଆଭିଏସନ୍‌ ଏକାଡେମୀରେ ୨୦୧୨ ମସିହାରେ ଯୋଗଦେଇଥିଲେ ।


ଅନୁପ୍ରିୟାଙ୍କ ପିତା ଏବେ ଓଡିଶା ପୁଲିସରେ କନେଷ୍ଟବଳ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଅନୁପ୍ରିୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

   Related Posts