'ଅନୁପମା' ଫେମ୍ ଅଭିନେତା ଆଶିଷ ମେହରୋତ୍ରାଙ୍କ ପିତାଙ୍କ ଦେହାନ୍ତ: ପୁଅ ସେୟାର କଲେ ଭାବବିହ୍ୱଳ ପୋଷ୍ଟ

Published By : Prameya-News7 Bureau | April 23, 2021 IST

ମୁମ୍ବାଇ ୨୩/୦୪ : କରୋନା ପ୍ରକୋପ ମଧ୍ୟରେ ଟିଭି ତାରକା, ବଲିଉଡ ତାରକା ଓ ପରିବାର ଲୋକେ ଲଗାତାର ସଂକ୍ରମିତ ହେଉଥିବା ଖବର ଆସୁଛି। ମହାରାଷ୍ଟ୍ରରେ କରୋନା ମାମଲା ହୁ ହୁ ହୋଇ ବଢ଼ୁଥିବାରୁ ସମସ୍ତ ଫିଲ୍ମ ଓ ସିରିଏଲର ସୁଟିଂ ବନ୍ଦ କରାଯାଇଛି। ତଥାପି ଅନେକ କଳାକାର ସଂକ୍ରମଣର ଶିକାର ହେଉଛନ୍ତି। ଟିଭି ସିରିଏଲ ଅନୁପମା ସେଟରୁ ଦୁଃଖଦ ଖବର ଆସିଛି।

{"id":442901,"sizeSlug":"large","linkDestination":"none"}

ଆଶିଷ ମେହରୋତ୍ରା ଯିଏ 'ଅନୁପମା'ରେ ପରିତୋଷ ଶାହଙ୍କ ଭୂମିକାରେ ନଜର ଆସିଛନ୍ତି ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଆଶିଷ ମେହରୋତ୍ରା ନିଜ ପିତାଙ୍କ ସହ କିଛି ଫଟୋ ଓ ଏକ ଭିଡିଓ ସେୟାର କରିଛନ୍ତି। ଫଟୋ ଓ ଭିଡିଓ ଜରିଆରେ ସେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

wp:html
/wp:html

ଆଶିଷ ଇନଷ୍ଟାଗ୍ରାମରେ ନିଜ ପିତାଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି,"ଆପଣ ମୋତେ ଏ ଦୁନିଆରେ ଛାଡି ଚାଲିଯାଇଛନ୍ତି କିନ୍ତୁ ମନରେ ହୃଦୟରୁ ଆହୁରି ନିକଟତର ହୋଇଯାଇ। ଆମ ଶରୀର ନିଶ୍ଚୟ ଅଲଗା ହୋଇଯାଇଛି କିନ୍ତୁ ଆତ୍ମା କେବେ ବି ଅଲଗା ହୋଇପାରିବନି। ଏଇ ଲଭ୍ ୟୁ ପାପା...ବହୁତ କିଛି କହିବା ବାକି ରହିଗଲା"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.