କିଭଳି ଅଛି ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା : ଲକଡାଉନରେ ତାଙ୍କ ସହ କଥା ହେଲେ ଅନୁପମ ଖେର,ସେୟାର କଲେ ଭିଡିଓ

Published By : Prameya-News7 Bureau | April 18, 2020 IST

ମୁମ୍ବାଇ ୧୮/୪: ଲକଡାଉନ୍ ପାଳନ କରୁଥିବା ଅନୁପମ ଖେର ଟ୍ବିଟରରେ ନିଜ ବିଶେଷ ସିରିଜ ‘ କଲ୍ ପିପଲ୍ ହୁ ମେକ୍ ୟୁ ହ୍ୟାପି’ ଜରିଆରେ ସ୍ବର କୋକିଳା ଲତା ମଙ୍ଗେସକରଙ୍କୁ ଫୋନ୍ କରିଥିଲେ। ଅନୁପମ ଖେର ଏହି କଥାବାର୍ତ୍ତାର ଅନୁଭବ ଟ୍ବିଟରରେ ସେୟାର କରିଛନ୍ତି। ଏହା ସହିତ ଲତା ମଙ୍ଗେସକର ଗାଇଥିବା ଏକ ଗୀତର ଓରିଜିନାଲ୍ ରେକର୍ଡ଼ିଂ ମଧ୍ୟ ସେୟାର କରିଥିଲେ।

wp:core-embed/twitter {"url":"https://twitter.com/AnupamPKher/status/1251018038972829697","type":"rich","providerNameSlug":"twitter","className":""}
https://twitter.com/AnupamPKher/status/1251018038972829697
/wp:core-embed/twitter

ଟ୍ବିଟରେ ଅନୁପମ ଲେଖିଛନ୍ତି,‘ ନିଜ ସିରିଜ ‘ କଲ୍ ପିପଲ୍ ହୁ ମେକ୍ ୟୁ ହ୍ୟାପି’ ରେ ସେ ଲତା ମଙ୍ଗେସକରଙ୍କୁ ଫୋନ୍ କରିଥିଲେ। ଲତାଜୀ ସମସ୍ତ ଭାରତୀୟବାସୀଙ୍କୁ ଆଶୀର୍ବାଦ ଦେଇଛନ୍ତି। ଜୀବନସାରା ଉପହାର ଭାବେ ସେ ତାଙ୍କୁ କିଛି ଭିଡିଓ ପଠାଇଛନ୍ତି। ଏଗୁଡ଼ିକ ମଧ୍ୟରୁ ଗୋଟିଏ ତାଙ୍କର ପ୍ରିୟ ଗୀତର ଓରିଜିନାଲ୍ ରେକର୍ଡ଼ିଂ ଯାହା ଆଶା ଏବଂ ବିଶ୍ବାସ ଉପରେ ରହିଛି। ଯାହାର ଆଜି ସବୁଠୁ ଅଧିକ ଆବଶ୍ୟକତା ରହିଛି।

wp:core-embed/twitter {"url":"https://twitter.com/AnupamPKher/status/1250755961603502080","type":"rich","providerNameSlug":"twitter","className":""}
https://twitter.com/AnupamPKher/status/1250755961603502080
/wp:core-embed/twitter

ଏହା ପୂର୍ବରୁ ଗୁରୁବାର ଅନୁପମ ଏକ ଭିଡିଓ ସେୟାର କରିଥିଲେ,ଯେଉଁଥିରେ ସେ କବି ଶାନ୍ତି ସ୍ବରୂପ ମିଶ୍ରାଙ୍କ କବିତା ପାଠ କରୁଥିଲେ। ଅନୁପମ କ୍ୟାପସନରେ ଲେଖିଥିଲେ ଯେ ଏହି ପଂକ୍ତି ତାଙ୍କୁ ବହୁତ ପସନ୍ଦ ଆସିଛି ଏବଂ ପ୍ରେରଣାଦାୟକ ମଧ୍ୟ ଲାଗିଛି। ସେ ତାଙ୍କ ଫ୍ୟାନ୍ସଙ୍କୁ ଏହା ଶୁଣିବାକୁ ଏବଂ ସେୟାର କରିବାକୁ ଅପିଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.