Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅନୁପମ ଖେର ଲଗାଇଲେ କରୋନାର ପ୍ରଥମ ଟୀକା, ଓଁ ନମଃ ଶିବାୟ ମନ୍ତ୍ର ଜପକରି ସେୟାର କଲେ ଭିଡିଓ

10/03/2021 at 8:42 AM

ମୁମ୍ବାଇ ୧୦/୦୩: ଭାରତରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଭ୍ୟାକ୍ସିନ୍ ଦିଆଯାଉଛି ।  ଅନେକ ବଲିଉଡ ଷ୍ଟାରମାନେ ଏହି ଭ୍ୟାକ୍ସିନ୍ ନେଇସାରିଲେଣି । ବର୍ତ୍ତମାନ ନିକଟରେ ଅଭିନେତା ତଥା ଲେଖକ ଅନୁପମ ଖେରଙ୍କୁ ମଙ୍ଗଳବାର କରୋନା ଭ୍ୟାକ୍ସିନ୍ ଦିଆଯାଇଛି । ଏହା ସହିତ ସେ ଭ୍ୟାକ୍ସିନ୍ ନେଇଥିବାର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଅଭିନେତା ଅନୁପମ ଖେର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ କରୋନା ଭ୍ୟାକ୍ସିନ୍ ନେଇଥିଲେ । ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ମୁଁ କୋଭିଡ ୧୯ ର ପ୍ରଥମ ଡୋଜ୍ ନେଇଛି ।  ମୁଁ ସମସ୍ତ ଡାକ୍ତର, ନର୍ସ, ଡାକ୍ତରୀ କର୍ମଚାରୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଏହାକୁ ସମ୍ଭବ କରିଛନ୍ତି ।’ ଗତ ବର୍ଷ ଖେରଙ୍କ ମା ଦୁଲାରୀ, ତାଙ୍କ ଭାଇ ରାଜୁ ଏବଂ ତାଙ୍କ ପରିବାର କୋଭିଡ -୧୯ ରେ ସଂକ୍ରମିତ ହୋଇଥିଲେ ।

I have no political ambitions as of now,' says Anupam Kher as he talks  about his autobiography Less

ଅନୁପମ ଖେର ଟିକା ଲଗାଇବା  ପୂର୍ବରୁ ‘ଓଁ ନମ ଶିବାୟ’ ମନ୍ତ୍ର ଜପ କରୁଥିବା ଭିଡିଓରେ ଦେଖାଯାଇଛି । ଏଥି ସହିତ ମେଡିକାଲ କର୍ମଚାରୀ ଅନୁପମଙ୍କୁ କରୋନା ଭ୍ୟାକ୍ସିନ୍ ଲଗାଉଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓକୁ ବେଶ ପସନ୍ଦ କରାଯାଉଛି । ଅନୁପମ ଖେରଙ୍କ ପୂର୍ବରୁ ହେମା ମାଲିନୀ, ଜାନି ଲିଭର, ସତୀଶ ଶାହା, କମଲ ହାସନ ଏବଂ ସୈଫ ଅଲି ଖାନଙ୍କ ଭଳି ଷ୍ଟାରମାନେ ମଧ୍ୟ କରୋନା ଟିକା ନେଇସାରିଛନ୍ତି ।  ତେବେ କରୋନା ଟିକା ଯୋଗୁଁ ସୈଫ ଅଲି ଖାନ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି ।

Anupam Kher appointed as new FTII chairman | DD News

ସାଧାରଣ ଜନତାଙ୍କ ସହ ଅନେକ ବଲିଉଡ ଷ୍ଟାରମାନେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ।  ଏଥିରେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, ମଲାଇକା ଆରୋରା, ଅର୍ଜୁନ କପୁର, ବରୁନ ଧାୱନ, କ୍ରିତି ସାନନଙ୍କ ଭଳି ଷ୍ଟାରମାନେ ମଧ୍ୟ ସଂକ୍ରମିତ ହୋଇଥିଲେ । ନିକଟରେ ରଣବୀର କପୁର ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ କରୋନା ପଜିଟିଭ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେମାନେ କ୍ୱାରେନଟାଇନ୍ ରେ ଅଛନ୍ତି ।

   Related Posts