ଅନୁପମ ଖେରଙ୍କ ଲକଡାଉନ୍ ଚ୍ୟାଲେଞ୍ଜ : ୩୭ବର୍ଷ ପୁରୁଣା ଫଟୋ ସେୟାର କରି ସାଥୀ କଳାକାରଙ୍କୁ ଚିହ୍ନିବାକୁ କଲେ ଅପିଲ୍

Published By : Prameya-News7 Bureau | May 21, 2020 IST

ମୁମ୍ବାଇ ୨୧/୫: ଅଭିନେତା ଅନୁପମ ଖେର ବୁଧବାର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ୩୭ବର୍ଷ ପୁରୁଣା ଏକ ଗ୍ରୃପ୍ ଫଟୋ ସେୟାର କରିଛନ୍ତି,ଯାହା ୧୯୮୩ମସିହାରେ ଉଠାଯାଇଥିଲା। ଏହାକୁ ସେୟାର କରି ସେ ୟୁଜର୍ସଙ୍କୁ ଏଥିରେ ଦେଖାଯାଉଥିବା ଲୋକଙ୍କୁ ଚିହ୍ନିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଜି ଜଣାଶୁଣା ନାଁ ହୋଇ ସାରିଛନ୍ତି।

{"id":273526,"width":576,"height":335,"sizeSlug":"large"}


ଫଟୋ ସେୟାର କରି ଅନୁପମ ଲେଖିଛନ୍ତି,‘ ଏହି ୩୭ବର୍ଷ ପୁରୁଣା ଗ୍ରୃପ୍ ଫଟୋକୁ ୧୯୮୩ମସିହାରେ ଏକ ଷ୍ଟେଜ୍ ପ୍ରସ୍ତୁତି ପରେ ଉଠାଯାଇଥିଲା। ଏମାନଙ୍କ ମଧ୍ୟରୁ କିଛି ଲୋକ ଆଜି ମନୋରଞ୍ଜନ ଜଗତର ଜଣା-ଶୁଣା ନାଁ। ଦେଖିବା ଏମାନଙ୍କ ମଧ୍ୟରେ କେତେ ଜଣଙ୍କୁ ଆପଣ ଚିହ୍ନି ପାରୁଛନ୍ତି। ଆପଣଙ୍କ ଉତ୍ତରର ଅପେକ୍ଷା ରହିବ। ଚାଲନ୍ତୁ ଆରମ୍ଭ ହୋଇ ଯାଆନ୍ତୁ ବନ୍ଧୁମାନେ’।

{"id":273527,"sizeSlug":"large"}


ଅନୁପମଙ୍କ ଏହି ପୋଷ୍ଟକୁ ଦେଖି କେତେକ ୟୁଜର୍ସ ଗ୍ରୃପ୍ ଫଟୋରେ ଦେଖା ଯାଉଥିବା ଲୋକଙ୍କୁ ଚିହ୍ନିବାକୁ ଉଦ୍ୟମ କରିଥିଲେ ଏବଂ କେତେ ଜଣଙ୍କୁ ଚିହ୍ନି ମଧ୍ୟ ଯାଇଥିଲେ। ୟୁଜର୍ସ ଅନୁପମଙ୍କ ବ୍ୟତୀତ ଅଭିନେତା/ନିର୍ଦେଶକ ସତୀଶ କୌଶିକ,ଆଲୋକନାଥ,ସୁସ୍ମିତା ମୁଖାର୍ଜୀ,ମହାଭାରତରେ ଧୃତରାଷ୍ଟ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଗିରିଜା ଶଙ୍କର,ଅରୁଣ ବକ୍ସି,ସତୀଶ ଶାହ ଏବଂ ଶେଖର ସୁମନ ଭଳି କଳାକାରଙ୍କୁ ତ ଚିହ୍ନି ଦେଇଥିଲେ। କିନ୍ତୁ ବାକି କଳାକାରଙ୍କୁ ଚିହ୍ନି ପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.