Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଅସନ୍ତୋଷକୁ ଚାପି ପାରିଲେନି ଅନୁପମ, କରୋନା ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଓଗାଳିଲେ ଅଭିଯୋଗ

13/05/2021 at 2:23 PM

ନୂଆଦିଲ୍ଲୀ,୧୩/୦୫:  ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଭାରତ ସରକାରଙ୍କ ଶତ ପ୍ରଚେଷ୍ଟା ସତ୍ତ୍ୱେ ସଂକ୍ରମଣପେ ବ୍ରେକ୍ ଲାଗୁନାହିଁ । ଉଭୟ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ ଅଭିନେତା ଅନୁପମ ଖେର କେନ୍ଦ୍ରରେ ଶାସନାଧିନ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଅନୁପମ ଖେର କହିଛନ୍ତି ଯେ, ସବୁବେଳେ ଛବି ରକ୍ଷା କରିବା ଅପେକ୍ଷା ଜୀବନ ରକ୍ଷା କରିବା ଜରୁରୀ ଅଟେ । ଅନୁପମ ମୋଦୀଙ୍କ ପ୍ରଶଂସକ ଭାବେ ଜଣାଶୁଣା । ସେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କୁ ଆଇନା ଦେଖାଇଛନ୍ତି । ଏଜ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରରେ ଦେଶରେ ଯାହା ଘଟୁଛି ସେଥିପାଇଁ ସରକାର ଉତ୍ତରଦାୟିତ୍ୱ ହେବା ଦରକାର । ଏହି ସମୟରେ ଛବି ଅପେକ୍ଷା ଜୀବନ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଦେଶରେ ସ୍ୱାସ୍ଥ୍ୟ ସେବାରେ କୌଣସି ନା କୌଣସି ତ୍ରୁଟି ରହିଛି । କିନ୍ତୁ ଏହି ଦୋଷ ଦୁର୍ବଳତାକୁ ନେଇ ଅନ୍ୟ ଦଳ ରାଜନାତି କରିବା ଅନୁଚିତ ।

ଅଭିନେତା ଅନୁପମ ଆହୁରି କହିଛନ୍ତି ଯେ, ସରକାର ଚ୍ୟାଲେଞ୍ଜର ସାମ୍ନା କରିବା ଆବଶ୍ୟକ । ଯେଉଁ ଜନତା ତାଙ୍କୁ ଶାସନ ଗାଦିରେ ବସାଇଛନ୍ତି ସେମାନଙ୍କ ପାଇଁ କିଛି କରିବା ଦରକାର । ଗଙ୍ଗା ଭଳି କିଛି ନଦୀରେ ମୃତଦେହ ଭାସୁଥିବା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । କେବଳ ଅମାନବୀୟ ବ୍ୟକ୍ତି ହିଁ ନଦୀରେ ଶବବୁହାକୁ ନେଇ ବିଚଳିତ ହେବେ ନାହିଁ ବୋଲି ସେ କହିଛନ୍ତି । ଏଥିପାଇଁ ରାଗ ଲାଗେ । ଏହାସହ ସରକାରଙ୍କ ଦାୟୀ କରିବା କିଛି ଭୁଲ ନୁହେଁ ବୋଲି ସେ କହିଛନ୍ତି ।

   Related Posts