ଅନୁପମ ଖେର୍‌ଙ୍କ ମା', ଭାଇ, ଭାଉଜ ସମେତ ପରିବାରର ୪ଜଣ କରୋନା ପଜିଟିଭ୍

Published By : Prameya-News7 Bureau | July 12, 2020 IST

ମୁମ୍ବାଇ ୧୨/୦୭ : କରୋନା ଭାଇରସ ଯୋଗୁଁ ସାରା ଦୁନିଆ ବର୍ତ୍ତମାନ ଚିନ୍ତା ରେ ପଡିଯାଇଛି | କରୋନା କବଳରୁ କେହି ବର୍ତ୍ତୀ ପାରୁନାହାନ୍ତି | ଗତକାଲି ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ୨୪ ଘଣ୍ଟା ନ ପୂରୁଣୁ ବଲିଉଡ ଇଣ୍ଡଷ୍ଟ୍ରିରୁ ଆଉ ଏକ କରୋନା ମାମଲା ସାମ୍ନାକୁ ଆସିଛି | ବଲିଉଡ ଅଭିନେତା ଅନୁପମ ଖେରଙ୍କ ଘରୁ କରୋନା ଖବର ଆସିଛି | ଅନୁପମ ଖେରଙ୍କ ମା ଦୁଲାରୀ ଓ ଅନୁପମଙ୍କ ଭାଉଜ ରାଜୁଙ୍କ ସମେତ ଘରର ୪ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ରାଜୁଙ୍କ ଝିଅ ଅର୍ଥାତ ଅନୁପମଙ୍କ ଝିଆରୀ ମଧ୍ୟ ସାମିଲ ଅଛନ୍ତି | ଏ ସମ୍ପର୍କରେ ଅନୁପମ ଖେର ନିଜେ ଟ୍ୱିଟରେ ସୂଚନା ଦେଇଛନ୍ତି | ସମସ୍ତ ପୀଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ସୂଚନା ଦେଇଛନ୍ତି |

wp:core-embed/twitter {"url":"https://twitter.com/AnupamPKher/status/1282181222467162118","type":"rich","providerNameSlug":"twitter","className":""}
https://twitter.com/AnupamPKher/status/1282181222467162118
/wp:core-embed/twitter

ଅନୁପମ ଖେର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ପୋଷ୍ଟରେ ସେ କହିଛନ୍ତି ଯେ, ଗତ କିଛି ଦିନ ହେଲା ତାଙ୍କ ମା' ଦୁଲାରୀଙ୍କୁ ଭୋକ ହେଉନଥିଲା | ସେ କିଛି ଖାଉନଥିଲେ | କେବଳ ଶୋଉଥିଲେ | ସେଥିପାଇଁ ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ | ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା | ଏହାପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା | ସେ ସାମାନ୍ୟ ସଂକ୍ରମଣରେ ପୀଡିତ ହୋଇଛନ୍ତି | ଅନୁପମ କହିଛନ୍ତି ଯେ ତାଙ୍କ ଭାଇ ମଧ୍ୟ କରୋନା ଯାଞ୍ଚ କରାଇଥିଲେ | ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା | ଏହାପରେ ତାଙ୍କ ଭାଉଜ ଓ ଝିଅଙ୍କ କରୋନା ପରୀକ୍ଷା କରାଯାଇଥିଲା | ଅନୁପମଙ୍କ ଭାଉଜ ଓ ଝିଅଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି ବୋଲି ସେ ନିଜେ କହିଛନ୍ତି | ଅନୁପମ ଖେରଙ୍କ ମା'ଙ୍କୁ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତାଙ୍କ ଭାଇ, ଭାଉଜ ଓ ଝିଆରୀ ଘରେ ହିଁ କ୍ଵାରେଣ୍ଟାଇନରେ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.