Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କ୍ୟାନ୍ସର୍ ଡାଇଗ୍ନୋସିସ୍ ପରେ ପ୍ରଥମ ଥର ନଜର ଆସିଲେ କିରଣ ଖେର, ଗୁଜବକୁ ନେଇ ଉଚିତ୍ ଜବାବ ଦେଲେ ଅନୁପମ

8/05/2021 at 12:44 PM

ମୁମ୍ବାଇ ୦୮/୦୫: ଅନୁପମ ଖେରଙ୍କ ପତ୍ନୀ କିରଣ ଖେର କ୍ୟାନ୍ସର୍ ଡାଇଗ୍ନୋସିସ୍ ପରେ ପ୍ରଥମ ଥର ନଜର ଆସିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହେବା ପରେ ଅନୁପମ ଖେର ଟ୍ୱିଟ କରି କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ କହିଛନ୍ତି ଯେ ଲୋକମାନେ ଏଭଳି ନକାରାତ୍ମକ ଖବର ପ୍ରଚାର କରିବା ଉଚିତ୍ ନୁହେଁ ।

ଅନୁପମ ଖେର କିରଣ ଖେରଙ୍କ ସ୍ୱାସ୍ଥ୍ୟ ବିଷୟରେ ଟ୍ୱିଟ କରିଛନ୍ତି । ସେ କହିଛନ୍ତି କିରଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରଚାର କରାଯାଉଛି ଏବଂ ଏହା ସତ୍ୟ ନୁହେଁ। ଏହା ବ୍ୟତୀତ ସେ ଭ୍ୟାକ୍ସିନେସନ୍ ସମୟରେ କିରଣ ଖେରଙ୍କ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।

ଅଭିନେତା ତାଙ୍କ ଟ୍ୱିଟରେ ଲେଖିଛନ୍ତି – ‘କିରଣଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଗୁଜବ ରହିଛି । ଏହି ସବୁ ଭୁଲ ଅଟେ । ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। କେବଳ ଏତିକି ନୁହେଁ, ସେ ଆଜି ଅପରାହ୍ନରେ କୋଭିଡର ଦ୍ୱିତୀୟ ଭ୍ୟାକ୍ସିନ୍ ନେଇଛନ୍ତି । ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ଏହିପରି ନକାରାତ୍ମକ ଖବର ପ୍ରସାରଣ କରନ୍ତୁ ନାହିଁ । ଧନ୍ୟବାଦ। ସୁରକ୍ଷିତ ରୁହନ୍ତୁ । ‘

ଏପ୍ରିଲ ୧ ରେ ଅନୁପମ ଖେର ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ଯେ କିରଣ ଖେରଙ୍କର ବ୍ଲଡ୍ କ୍ୟାନ୍ସର ହୋଇଛି। ପୋଷ୍ଟ ସେୟାର କରି ଅନୁପମ ଲେଖିଥିଲେ- ‘ଗୁଜବ ପରିସ୍ଥିତିରେ ଉନ୍ନତି ଆଣିବ ନାହିଁ, ତେଣୁ ମୁଁ ଏବଂ ସିକନ୍ଦର ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ କିରଣଙ୍କୁ ମଲ୍ଟିପୁଲ୍ ମାଇଲୋମା ଏକ ପ୍ରକାର ବ୍ଲଡ୍ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଚିକିତ୍ସା ବର୍ତ୍ତମାନ ଚାଲିଛି ଏବଂ ମୁଁ ନିଶ୍ଚିତ ଯେ ସେ ପୂର୍ବ ଅପେକ୍ଷା ଅଧିକ ମଜବୁତ ହୋଇ ବାହାରକୁ ଆସିବେ । ‘

   Related Posts