Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାପ ଲୁଚାଇପାରିଲେନି ,ଖୋଲିଗଲା ଅନୁପ ସାଏଙ୍କ ମୁଖା : ମାଆ-ଝିଅଙ୍କ ମର୍ଡ଼ର କେସ୍‌ର ୪ବର୍ଷ ପରେ ଜେଲ୍ ଗଲେ

ରାୟଗଡ଼ ୧୪/୨: କୁହାଯାଏ ଅପରାଧୀ ଯେତେ ଚାଲାକ ହେଲେ ବି ପୋଲିସ ଯେବେ ଚାହିଁବ ଠିକଣା ଯାଗାରେ ପହଞ୍ଚିଯିବ।  ଆଉ ଛତିଶଗଡ଼ ପୋଲିସ ଆଉ ଏପଟେ ହତ୍ୟା ସେପଟେ ଶବ ଫୋପାଡ଼ିଦେବାର ଟ୍ରିକ୍‌ ହିଁ ଅନୁପଙ୍କ ପାଇଁ କାଳ ହେଲା ବୋଲି ଚର୍ଚ୍ଚା ହେଉଛି। ଏସଡିଜିଏମ୍ ଅନୁପଙ୍କ ଜାମିନ ଖାରଜ କରିବାରୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି ତାଙ୍କୁ।

୬ଟି ରାଜ୍ୟର ପାଖାପାଖି ୭ ଶହ ଜଣଙ୍କଠାରୁ ତଥ୍ୟ ବାହାର କରିଥିଲା। ଆଉ ପାଇଥିଲା କିଛି ଖାସ୍‌ ସୁରାକ। ୬ ମେ ୨୦୧୬। ଛତିଶଗଡ଼ ରାଇଗଡ଼ର ଏକ ଜଙ୍ଗଲିଆ ରାସ୍ତା ବଙ୍କୁରସିଆରୁ କଳ୍ପନା ଦାସ୍‌ ଏବଂ ତାଙ୍କ ଝିଅ ବବଲିଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ସେବେଠାରୁ ପୋଲିସ ଏନେଇ ଖୋଲତାଡ ଚଳାଇଥିଲା । ଛତିଶଗଡ ସମେତ ଓଡ଼ିଶାର ବିଭିନ୍ନ ଥାନାକୁ ମୃତଦେହର ଫଟୋ ପଠାଇ ଚିହ୍ନିବାକୁ ଚେଷ୍ଟା ଚଲାଇଥିଲା । ଆଉ ପୋଲିସକୁ ଘଟଣାର ବର୍ଷକ ପରେ ମିଳିଥିଲା ସୁରାକ । ଓଡିଶା ବ୍ରଜରାଜନଗରର କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ଫଟୋ ବୋଲି ମିଳିଥିଲା ସୂଚନା ।

ମହିଳା ଓ ତାଙ୍କ ଝିଅଙ୍କୁ ହତ୍ୟା କରି ଏହାକୁ ଦୁର୍ଘଟଣାର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଛି ବୋଲି ପୋଲିସ ପୋଷ୍ଟ ମର୍ଟମରୁ ଜଣାଥିଲା । ୬ଟି ରାଜ୍ୟରେ ଚାଲିଥିଲା ଜେରା। ଏହି ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ସୁରାଗ ପାଇଥିଲା ।ଅନୁପଙ୍କୁ ଥାନାରେ ହାଜର ହେବାପାଇଁ ବାରମ୍ବାର ନୋଟିସ୍ ପଠାଇବା ସହ ଫୋନ୍‌ ବି କରିଥିଲା ଛତିଶଗଡ ପୋଲିସ । ନିଜ ରାଜନୈତିକ କ୍ଷମତାର ଫାଇଦା ଉଠାଇ ତଦନ୍ତରେ ସହଯୋଗ କରିନଥିଲେ ଅନୁପ । ଶେଷରେ ଛତିଶଗଡ ପୋଲିସ ତାଙ୍କ ନାଁରେ ୱାରେଣ୍ଟ ଇସ୍ୟୁ କରିବା ସହ ତାଙ୍କ ଉପରେ ୬ ମାସ ଧରି ନଜର ରଖିଥିଲା । ଆଉ ବୁଧବାର ରାତିରେ ଅନୁପଙ୍କୁ ଝାରସୁଗୁଡାରୁ ଉଠାଇ ନେଇଥିଲା । ପୋଲିସ ତଦନ୍ତ ବେଳେ ଘଟଣାରେ ସଂପୃକ୍ତି ନେଇ ଫାଙ୍କି ଚାଲିଥିଲେ ଅନୁପ । ମହିଳାଙ୍କୁ ସେ ଚିହ୍ନନ୍ତି ନାହିଁ ବୋଲି କହିଥିଲେ । ହେଲେ ପରେ ପୋଲିସ ଆଗରେ ସବୁ ଦୋଷ ସ୍ବୀକାର କରିଛନ୍ତି।

ଏଠି ହତ୍ୟା ସେଠି ଫୋପାଡ଼ିଦିଅ । ସୀମାସେପଟେ ଛାଡ଼ିଦିଅ, ମୁହଁ ଉପରେ ଗାଡ଼ି ଚଢ଼େଇ ଦିଅ। ନା ଶବ  ଚିହ୍ନା ପଡ଼ିବ ଯେ ସତ ବାହାରିବ। ଆଉ ଯଦି ପୋଲିସ ଇନଭେଷ୍ଟିଗେସନ କରିବ ତେବେ ଓଡ଼ିଶା ସୀମା ସେପଟେ ହିଁ ହେବ। ଛତିଶଗଡ଼ରେ ହେବ। ବର୍ତ୍ତମାନ ସମୟରେ ଏମିତି ଟ୍ରିକରେ ଗୋଟିଏ ପରୋ ଗୋଟିଏ ଅପରାଧ ହେଉଛି।ହେଲେ ସାଏଙ୍କ ଏହି ଟ୍ରିକ୍‌ ହିଁ ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ଛତିଶଗଡ଼ ପୋଲିସ ଝାରସୁଗୁଡ଼ାରୁ ଅନୁପସାଏଙ୍କୁ ଘେସାରି ନେଇଥିଲା। ଆଉ ସାଏଙ୍କ ଏମିତି ଚେହେରା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଜଣେ ପ୍ରଭାବଶାଳୀ ନେତା କିନ୍ତୁ ଏବେ ପୋଲିସର ପ୍ରେସ କନଫରେନ୍‌ସରେ ଠିଆ ହୋଇଛନ୍ତି। ଆଉ ଏବେ ମୁହଁ ଲୁଚାଇବାକୁ ଚେଷ୍ଟା କଲେ ବି ଚେହେରା ସାମ୍ନକୁ ଚାଲିଆସିଥିବା ଚର୍ଚ୍ଚା ହୋଇଛି।

   Related Posts