ପଦବୀ ଗଲା, ଦଳରୁ ବି ଗଲେ : ଅନୁପ ସାଏଙ୍କୁ ଦଳରୁ ବହିଷ୍କାର କଲେ ବିଜେଡି ସୁପ୍ରିମୋ

Published By : Prameya-News7 Bureau | February 13, 2020 IST

ଝାରସୁଗୁଡା ୧୩।୨: ହତ୍ୟା ମାମଲାରେ ଗିରଫ ହେବା ପରେ ଅନୁପ ସାଏଙ୍କ ବେଳା ଖରାପ ପଡିଗଲା । ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ପଦରୁ ବିଦାହେଲେ ତାପରେ ଦଳରୁ ବି ତଡା ଖାଇଲେ । ପୂର୍ବତନ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ହଟାଇବାର କିଛି ସମୟ ପରେ ଦଳର ସୁପ୍ରିମୋ ଭାବେ ନେଇଛନ୍ତି ଆକ୍ସନ । ଅନୁପଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ୨୦୧୬ର ଏକ ଡବଲ୍‌ ମର୍ଡର ଘଟଣାରେ ଅନୁପ ସାଏଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଛତିଶଗଡ ପୋଲିସ ବୁଧବାର ତାଙ୍କୁ ଝାରସୁଗୁଡାରୁ ଉଠାଇ ନେଇ ପଚରା ଉଚରା ପରେ ଗିରଫ କରିଥିବା ଜଣାପଡିଛି । ଏହି ଘଟଣା ଏବେ ବ୍ରଜରାଜନଗର ସମେତ ଝାରସୁଗୁଡାରେ ଆଲୋଚନାର ବିଷୟ ହୋଇଛି ।

{"id":223889,"sizeSlug":"large"}

ବିଜେଡି ନେତା ତଥା ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏଙ୍କୁ ଏକ ଡବଲ ମର୍ଡର ଘଟଣାରେ ଛତିଶଗଡ ଚକ୍ରଧରନଗର ପୋଲିସ କାଲି ରାତିରେ ଉଠାଇ ନେଇଥିଲା । ଦୀର୍ଘ ସମୟ ଧରି ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ୨୦୧୬ର ଛତିଶଗଡ଼ର ଚ଼କ୍ରଧରନଗର ଥାନା ଅଞ୍ଚଳରେ ମା' ଓ ଝିଅଙ୍କ ମୃତଦେହ ମିଳିଥିଲା । ଏମାନଙ୍କୁ କେଉଁଠାରେ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ଜଣାପଡିଥିଲା । ମୃତକମାନେ ବ୍ରଜରାଜନଗରର କଳ୍ପନା ଦାସ ଓ ତାଙ୍କ ଝିଅ ବୋଲି ଚକ୍ରଧରନଗର ପୋଲିସ ଜାଣିବାକୁ ପାଇଥିଲା । ସେହିଦିନଠାରୁ ହତ୍ୟାକାଣ୍ଡ ସଂପର୍କରେ  ତଦନ୍ତ କରୁଥିଲା ଛତିଶଗଡ ପୋଲିସ । ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସଂପୃକ୍ତି ଥିବା ତଥ୍ୟ ପ୍ରମାଣ ପାଇଥିଲା ପୋଲିସ । ଅନୁପଙ୍କୁ ଉଠାଇନେବା ପୂର୍ବରୁ ଛତିଶଗଡ଼ ପୋଲିସ ଝାରସୁଗୁଡ଼ା ଏସପିଙ୍କୁ ବିଧିବଦ୍ଧ ସୂଚନା ଦେଇଥିଲା ।

{"id":223883,"sizeSlug":"large"}

ଅନୁପଙ୍କ ପରିବାରକୁ ବି ତାଙ୍କୁ ଉଠାଇ ନିଆଯିବା ଓ ଚ଼କ୍ରଧରନଗର ଥାନାରେ ରଖାଯାଇଥିବା ବିଷୟରେ ଜଣାଇଥିଲା ଛତିଶଗଡ ପୋଲିସ । ଅନୁପଙ୍କ ଗିରଫକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ରାଜନୀତିରେ ଅପରାଧୀକରଣକୁ ସେମାନେ ବିରୋଧ କରିଛନ୍ତି ।

{"id":223887,"sizeSlug":"large"}

ଅନୁପ କୁମାର ସାଏ ୨୦୦୦ ମସିହାରୁ ବ୍ରଜରାଜନଗରରୁ ୩ଥର କଂଗ୍ରେସ ବିଧାୟକ ଭାବେ ଲଗାତର ନିର୍ବାଚିତ ହୋଇଥିଲେ । ୨୦୧୪ରେ କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.