ସିବିଆଇ ତଦନ୍ତ ଦାବି ପରେ ଏବେ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଗୁହାରି : ଅନୁପ ସାଏଙ୍କ ପରିବାରର ଯୁକ୍ତି ମିଛରେ ଫସାଇଛି ଛତିଶଗଡ ପୋଲିସ

Published By : Prameya-News7 Bureau | February 25, 2020 IST

ଝାରସୁଗୁଡା ୨୫।୨: ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ ଅନୁପ ସାଏଙ୍କ ଦିବ୍ୟାଙ୍ଗ ଝିଅ ଓ ପୁତୁରା । ଛତିଶଗଡ଼ ପୋଲିସ ଦ୍ବାରା କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କୌଣସି ପ୍ରମାଣ ନଥାଇ ପୋଲିସ ଅପରାଧୀ ଭାବେ ଚିତ୍ରଣ କରିବା ସହ ତାଙ୍କ ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଝାରସୁଗୁଡା ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ମାନବାଧିକାର କମିଶନ ସଦସ୍ୟଙ୍କୁ ଭେଟି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

{"id":228957,"sizeSlug":"large"}

ଅନ୍ୟପକ୍ଷରେ ରାୟଗଡ ପୋଲିସ ପକ୍ଷରୁ ଅନୁପ ସାଏଙ୍କ ପୁଅ ଶୋଭମ୍ ସାଏଙ୍କୁ ଥାନାରେ ହାଜର ପାଇଁ ନୋଟିସ ଜାରି କରାଯାଇଛି । ନୋଟିସ ବିରୋଧରେ ତାଙ୍କ ଓକିଲ ପରିବାର ପ୍ରତି ବିପଦ ରହିଥିବା ଦର୍ଶାଇ ସମସ୍ତ ସିଜେଏମ କୋର୍ଟରେ ଆବେଦନ କରିଛନ୍ତି । ସମସ୍ତ ତଦନ୍ତ ବା ପଚରାଉଚରା ଓଡିଶା ପୋଲିସ ଉପସ୍ଥିତିରେ ଓଡ଼ିଶାରେ ଆସି କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରିଛନ୍ତି ।

{"id":228958,"sizeSlug":"large"}

ଆଜି ଅନୁପ ସାଏଙ୍କୁ ପୁଣି ୩ ଦିନିଆ ରିମାଣ୍ଡ ଆବେଦନ ଓ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ସମ୍ପର୍କରେ କୋର୍ଟ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି | ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତ ଶନିବାର ସଂଧ୍ୟାରେ ଅନୁପ ସାଏଙ୍କୁ ଜେଲ୍ ପଠାଇ ଦିଆଯାଇଛି ।

{"id":228959,"sizeSlug":"large"}

ସେହିଦିନ ରାୟଗଡ ପୋଲିସ ଅନୁପଙ୍କୁ ଅଧିକ ପଚରାଉଚରାର ଆବଶ୍ୟକତା ଦର୍ଶାଇ ଅଧିକ ୩ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା  । ଏହି ମାମଲାର ଗତକାଲି ଶୁଣାଣି ହେବାର ଥିଲେ ମଧ୍ୟ ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତି କାରଣରୁ ଆଜି ଏହାର ଶୁଣାଣି କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.