ଅନୁପ ସାଏଙ୍କୁ ଆଉ ୩ଦିନ ରିମାଣ୍ଡ ସହ ନାର୍କୋ ଟେଷ୍ଟ ପାଇଁ ପୋଲିସର ଆବେଦନ, ଗତକାଲିଠୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ଅନୁପଙ୍କ ପରିବାର

Published By : Prameya-News7 Bureau | February 23, 2020 IST

ଝାରସୁଗୁଡା ୨୩।୨: ବ୍ରଜରାଜନଗର ମା’-ଝିଅ ହତ୍ୟା ମାମଲାର ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ଶନିବାର ରାତିଠୁ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

{"id":227967,"sizeSlug":"large"}

ଅନୁପ ସତ ନଓଗାଳିବା ପର୍ଯ୍ୟନ୍ତ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ହଇରାଣ ହରକତ କରାଯିବା ନେଇ ପୋଲିସ ଧମକ ଦେଉଥିବା ଅଭିଯୋଗ ଆଣି ଅନୁପଙ୍କ ପରିବାର ଧାରଣା ଦେଇଛି ।

{"id":227969,"sizeSlug":"large"}

ଝାରସୁଗୁଡା ଉପଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସୁରକ୍ଷା ଦାବିରେ ନିଜ ଜିଦରେ ଅଡ଼ି ବସିଛନ୍ତି।

{"id":227968,"sizeSlug":"large"}

ଏପଟେ ରିମାଣ୍ଡ ଅବଧି ସରିବା ପରେ ଅନୁପଙ୍କୁ ଜେଲ୍ ହାଜତ ପଠାଇ ଦିଆଯାଇଛି । ରାୟଗଡ ପୋଲିସର ଆଉ ୩ଦିନ ରିମାଣ୍ଡ ଆବେଦନ ଉପରେ ସୋମବାର ଶୁଣାଣି ହେବ । ସେହିପରି ନାର୍କୋ ଟେଷ୍ଟ ଆବେଦନ ଉପରେ ଶୁଣାଣି ମଙ୍ଗଳବାର ହେବ ।

{"id":227970,"sizeSlug":"large"}

ପୋଲିସ ରିମାଣ୍ଡରେ ଆଣି ଅନୁପଙ୍କୁ ମାରାଥନ ଜେରା କରିଛି । ଏହାସହ ହତ୍ୟାକାଣ୍ଡର ସବୁ ଲିଙ୍କ୍ ଖୋଲିବାକୁ ତନାଘନା କରୁଛି । ଅନୁପଙ୍କ ପୁଅ ଶୁଭମ୍ ସାଏଙ୍କୁ ଚକ୍ରଧରନଗର ଥାନାରେ ହାଜର ହେବାକୁ ତାଙ୍କ ଘରେ କେହି ନଥିବା ବେଳେ ଲଟକା ଜାରି କରିଛି । ଏଥିସହ ମୃତ କଳ୍ପନାଙ୍କ ଭାଉଜ ରୀନା ଦାସ, ଭାଇ ବରୁଣ ଦାସଙ୍କ ସହ ଅନୁପଙ୍କ ଅନ୍ୟ ସମ୍ପର୍କୀୟମାନଙ୍କୁ ମଧ୍ୟ ପୋଲିସ ନୋଟିସ୍ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.