କଳ୍ପନା ହତ୍ୟା ଘଟଣାର ଫିଟୁଛି ଗୁମର : ଅନୁପ ସାଏଙ୍କ ଡ୍ରାଇଭର ଅଟକ, ଘଟଣା ବେଳେ ଥିଲା ଉପସ୍ଥିତ

Published By : Prameya-News7 Bureau | February 15, 2020 IST

ଝାରସୁଗୁଡା ୧୫।୨: ଛତିଶଗଡ ରାୟଗଡ ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି । ମାତ୍ର ହତ୍ୟାକାଣ୍ଡରେ ଏବେବି ସସପେନ୍ସ ଲାଗିରହିଛି । ତେବେ ଅନୁପଙ୍କ ବୟାନ ଆଧାରରେ ହତ୍ୟାକାଣ୍ଡ ବେଳେ ତାଙ୍କ ଡ୍ରାଇଭର ମଧ୍ୟ ସେଠାରେ ଉପସ୍ଥିତ ଥିଲା । ତେବେ ପୋଲିସ ଆଜି ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଗିରଫ କରିଛି । ତେବେ ଡ୍ରାଇଭରଙ୍କୁ ପଚରାଉଚରା ପରେ ହତ୍ୟାକାଣ୍ଡ ସଂପର୍କରେ ଅଧିକ ତଥ୍ୟ ଜଣାପଡିବ ବୋଲି କୁହାଯାଉଛି ।

{"id":224616,"sizeSlug":"large"}

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅଙ୍କୁ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସଂପୃକ୍ତି ନେଇ ଖୁଲାସା କରିଛି ରାୟଗଡ ପୋଲିସ । ତେବେ ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଖୁଲାସା କରିଛି । ଅତି ନିବିଡ଼ି ସଂପର୍କ ହେବା ପରେ କଳ୍ପନା ବିବାହ ପାଇଁ ଜିଦ୍ ଧରିଥିଲେ । ପୂର୍ବରୁ ବିବାହିତ ଓ ତାଙ୍କ ପରିବାର ଅଛି ବୋଲି କହି ଏଥିରେ ରାଜି ହୋଇନଥିଲେ ଅନୁପ । ହେଲେ କଳ୍ପନା ବାରମ୍ବାର ଚାପ ପ୍ରୟୋଗ କରିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଅନୁପ ଷଡଯନ୍ତ୍ର କରିଥିଲେ ।

{"id":224617,"sizeSlug":"large"}

ଏଥିପାଇଁ ତାଙ୍କର ବିଶ୍ବସ୍ତ ଡ୍ରାଇଭରର ସହଯୋଗରେ ୨୦୧୬ ମେ ୬ରେ ପ୍ରେମିକା କଳ୍ପନା ଓ ତାଙ୍କ ଝିଅକୁ ଛତିଶଗଡ ରାୟଗଡରେ ବିବାହ କରିବାକୁ ନେଇଥିଲେ । ଫେରିବା ବାଟରେ ଅନୁପଙ୍କ ମୁଣ୍ଡରେ ପଶିଥିଲା ଖଳବୁଦ୍ଧି। ହମିରପୁର ଜଙ୍ଗଲ ନିକଟ ରାସ୍ତାରେ କଳ୍ପନା ଓ ତାଙ୍କ ଝିଅଙ୍କୁ ଲୁହା ରଡ୍ ରେ ପିଟି ହତ୍ୟାକରିଥିଲେ । ଘଟଣାକୁ ଦୁର୍ଘଟଣାର ରୂପ ଦେବା ଏବଂ ଯେପରି କେହି ମୃତଦେହକୁ ଚିହ୍ନି ନପାରିବେ ସେଥିପାଇଁ ତାଙ୍କ ଗାଡି ବାରମ୍ବାର ମୃତଦେହ ଉପରେ ଚଢାଇ ମୁଣ୍ଡକୁ ବିକୃତ କରିବାକୁ ଚେଷ୍ଟା କରିଥିଲେ ।

{"id":224618,"sizeSlug":"large"}

କଳ୍ପନା ସୁନୀଲ ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ । କିନ୍ତୁ ସୁନୀଲଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା । ଆଉ ଏତିକିବେଳେ କଳ୍ପନାଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ ଅନୁପ ସାଏ। । ସେତେବେଳେ ବିଧାୟକ ଥିବା ଅନୁପ ସାଏ ଭୁବନେଶ୍ବର ସୁନ୍ଦରପଦାରେ ଏକ ଫ୍ଲାଟ୍ କିଣି  କଳ୍ପନା  ଓ ତାଙ୍କ ନାବାଳିକା ଝିଅଙ୍କୁ ସେଠାରେ ରଖିଥିଲେ । ଝିଅ ଭୁବନେଶ୍ବରର ଏକ ନାମୀ ସ୍କୁଲରେ ପଢୁଥିଲା ।  ହେଲେ କଳ୍ପନାଙ୍କ ବିବାହ ଜିଦ୍ ହିଁ ଅନୁପଙ୍କୁ ପ୍ରେମୀରୁ ପାପୀ କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.