ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଅନୁପ ଚନ୍ଦ୍ର ପାଣ୍ଡେ, ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ତୁଲାଇଛନ୍ତି ଦାୟିତ୍ୱ

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ, ୦୯/୦୬: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଆଇଏଏସ ଅନୁପ ଚନ୍ଦ୍ର ପାଣ୍ଡେ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ଏପରି ଭାବେ ଆୟୋଗର ତୃତୀୟ କମିଶନରଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି ।

ଭାରତ ସରକାରଙ୍କ ତରଫରୁ ମଙ୍ଗଳବାର ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅନୁପ ଚନ୍ଦ୍ର ପାଣ୍ଡେ ନିର୍ବାଚନ କମିଶନଙ୍କ ଶୀର୍ଷ ଅଧିକାରୀ ଭାବେ ମୁଖ୍ୟ ନିର୍ବାଚନ କମିଶନର ସୁଶିଳ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ଦାୟିତ୍ୱ ତୁଲାଇବେ । ୩ ନିର୍ବାଚନ କମିଶନର ୬ ବର୍ଷିଆ ଅବଦ୍ଧି ବା ୬୫ ବର୍ଷ ଯାଏଁ ଦାୟିତ୍ୱ ସମ୍ପାଦନ କରିବେ ।

ଉତ୍ତର ପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ଅଟନ୍ତି । ସେ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଏନଜିଟିର ସଦସ୍ୟ ଏବଂ ଉତ୍ତରପ୍ରଦେଶର ଔଦ୍ଦ୍ୟଗିକ ବିକାଶର କମିଶନର ମଧ୍ୟ ରହି ସାରିଛନ୍ତି । ଏହାସହ ପ୍ରତିରକ୍ଷା ମନ୍ତ୍ରାଳୟର ଅତିରିକ୍ତ ସଚିବ ଓ କେନ୍ଦ୍ର ଶ୍ରମ ତଥା ରୋଜଗାର ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ ସେ କାମ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.