ଅନୁପ କୁମାର ସିଂହ ହେଲେ ଏନଏସଜି ଡିଜି, ମିଳିଲା କ୍ୟାବିନେଟ୍ କମିଟିର ମଞ୍ଜୁରି

Published By : Prameya-News7 Bureau | October 18, 2019 IST

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଫିସର ଅନୁପ କୁମାର ସିଂହ ହେବେ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ନୂଆ ଡିଜି। ଏଥିଲାଗି ଗୃହମନ୍ତ୍ରାଳୟଙ୍କ ପ୍ରସ୍ତାବକୁ କ୍ୟାବିନେଟ୍ ନିଯୁକ୍ତି କମିଟି ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଗୁଜରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଆଇପିଏସ୍ ଶ୍ରୀ ସିଂହ ଏହି ପଦବୀରେ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ ବୋଲି ତାଙ୍କ ନିଯୁକ୍ତି ସମ୍ପର୍କିତ ନିର୍ଦ୍ଦେଶନାମାରେ ନିଯୁକ୍ତି କମିଟି ସୂଚିତ କରିଛନ୍ତି।

{"id":171578,"align":"center"}

ଅନୁପଙ୍କ ପୂର୍ବରୁ ଏହି ପଦବୀରେ ସୁଦୀପ ଲଖଟକିଆ ଅବସ୍ଥାପିତ ଥିଲେ। ୧୯୮୪ ବ୍ୟାଚ୍ ତେଲେଙ୍ଗାନା କ୍ୟାଡର ଆଇପିଏସ୍ ସୁଦୀପଙ୍କ ଅବସର ପରଠାରୁ ଏହି ପଦବୀଟି ରିକ୍ତ ପଡିଥିଲା। ଦେଶରେ ବିମାନ ଅପହରଣ ଓ ଆତଙ୍କବାଦର ମୁକାବିଲା ଲାଗି ୧୯୮୪ ମସିହାରେ ଏଲଏସଜିର ପରିକଳ୍ପନା କରାଯାଇଥିଲା। ସ୍ଥାପନା ଦିନଠାରୁ ବ୍ଲାକ୍ କ୍ୟାଟ୍ କମାଣ୍ଡୋମାନେ ଦେଶକୁ ସେବା ଦେଇ ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.