Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବହୁ ଚର୍ଚ୍ଚିତ ଭିଭିଆପି ହେଲିକପ୍ଟର କିଣା ଘୋଟାଲାରେ ଗିରଫ ହେଲେ ଅନୁପ କୁମାର

31/01/2021 at 1:20 PM

ନୂଆଦିଲ୍ଲୀ, ୩୧/୧: ବହୁ ଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ଅନୁପ କୁମାର ଗୁପ୍ତାଙ୍କୁ ଗିରଫ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ହଜାର ୬ ଶହ କୋଟିର ଏହି ଘୋଟାଲାରେ ଇଣ୍ଡିଆ ଗେଟ୍‌ ବାସୁମତି ଚାଉଳର ଉତ୍ପାଦନ କର୍ତ୍ତା କେଆର୍‌ବିପି ଲିମିଟେଡ୍‌ର ସଂଯୁକ୍ତ ପ୍ରବନ୍ଧ ନିର୍ଦ୍ଦେଶକ ଅନୁପ କୁମାରଙ୍କୁ ଉଠାଇ ନେଇଛି । ଏନେଇ ଇଡି ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ।

ଅନୁପ କୁମାରଙ୍କୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ମନିଲେଣ୍ଡରିଂ ଅଧିନିୟମ ଅନୁସାରେ ଗିରଫ କରାଯାଇଛି । ଏହି ଘୋଟଲାରେ ଜାରି ରହିଥିବା ଯାଞ୍ଚରେ ସେ ସହଯୋଗ କରୁନଥିବା ମଧ୍ୟ ତାଙ୍କ ନାମରେ ଅଭିଯୋଗ କରାଯାଇଛି । ସ୍ୱତନ୍ତ୍ର ଅଦାଲତ ତାଙ୍କୁ ପାଞ୍ଚଦିନ ପାଇଁ ଇଡିର ହେପାଜତକୁ ପଠାଇ ଦେଇଛନ୍ତି ।

ଇଡି ଇଟାଲି ସ୍ଥିତ ଫିନ୍‌ମେକେନିକାର ବ୍ରିଟିଶ୍‌ ସହାୟକ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଠାରୁ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବା ପାଇଁ କରାଯାଇଥିବା ଚୁକ୍ତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହି ମାମଲାର ଖୋଳତାଡ଼ ଆରମ୍ଭ କରିଥିଲା । ୨୦୧୪ ମସିହାରେ ସରକାର ଏହି ଚୁକ୍ତିକୁ ରଦ୍ଦ କରିଦେଇଥିଲେ ।

   Related Posts