Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଅଭିନନ୍ଦନଙ୍କୁ ଏକ ଖାସ ଉପହାର ଦେବାକୁ ଚାହୁଁଛନ୍ତି ଅନୁପ ଜଲୋଟା: ଟ୍ୱିଟ କରି ମାଗିଲେ ଅନୁମତି

2/03/2019 at 6:43 PM

ଦିଲ୍ଲୀ ୨/୩ : ଅଭିନନ୍ଦନ ନିଜ ଦେଶକୁ ଫେରିବା ପରେ ଆନନ୍ଦ ଉତ୍ସାହର ମାହୋଲ ରହିଛି | ସମଗ୍ର ଦେଶ ଖୁସି ମନାଇବା ସହ ଅଭିନନ୍ଦନଙ୍କୁ ଶୁଭେଚ୍ଛା ଜଣାଇଛି | ଗୁରୁବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିନନ୍ଦନଙ୍କୁ ମୁକ୍ତ କରିବା ନେଇ ଘୋଷଣା କରିଥିଲେ | ଇମ୍ରାନଙ୍କ ଏହି ଘୋଷଣା ପରେ ଦେଶବାସୀ ଚାହିଁ ରହିଥିଲେ ଅଭିନନ୍ଦନଙ୍କ ଫେରିବା ବାଟକୁ | ଦେଶବାସୀ ଟ୍ୱିଟ ଯୋଗେ ଅଭିନନ୍ଦନଙ୍କୁ ଶୁଭେଚ୍ଛା ଜଣାଇଥିଲେ | ବଲିଉଡ ଗାୟକ ଅନୁପ ଜଲୋଟା ମଧ୍ୟ ଏକ ଟ୍ୱିଟ କରିଥିଲେ | ସେ ଅଭିନନ୍ଦନଙ୍କୁ ଏକ ଉପହାର ଦେବେ ବୋଲି ଟ୍ୱିଟ କରିଥିଲେ |

ସେ ଟ୍ୱିଟ କରିଥିଲେ ଯେ, ଦେଶର ବୀର ପୁତ୍ର ଅଭିନନ୍ଦନ ନିଜ ମାଟିକୁ ଫେରୁଛନ୍ତି | ତାଙ୍କ ସମ୍ମାନରେ ସେ ସଂଗୀତ ତାରକାଙ୍କ ସହ ମୁମ୍ବାଇରେ ଏକ ସମ୍ମାନ ସମାରୋହ ଆୟୋଜନ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ ଅଭିନନ୍ଦନଙ୍କ ଅନୁମତି ଚାହୁଁଛନ୍ତି | ଯଦି ଏହି ସମ୍ମାନ ସମାରୋହ ସମ୍ଭବ ହୁଏ ତା’ହେଲେ ତାଙ୍କ ଜୀବନ ସାର୍ଥକ ହୋଇଯିବ ଏବଂ ସେ ନିଜକୁ ସୌଭାଗ୍ୟଶାଳୀ ଭାବିବେ ବୋଲି କହିଥିଲେ ଭଜନ ସମ୍ରାଟ ଅନୁପ ଜଲୋଟା | 

दृढ़ विश्वास है हमारे देश के वीर श्री अभिनन्दन सकुशल भारत लौटेंगे।

और उनकी अनुमति से मैं उनके सम्मान में मुम्बई में संगीत के सितारों के साथ एक सम्मान समारोह का आयोजन करना चाहुँगा।
यदि यह संभव हो सका,तो मेरे जीवन को सार्थकता मिलेगी और मैं अपने आप को बहुत सौभाग्यशाली मानूँगा। pic.twitter.com/6Wy11SblNR— Anup Jalota (@anupjalota) February 28, 2019

ଅନୁପ ଜଲୋଟାଙ୍କ ଏହି ଉପହାର ଘୋଷଣା ପରେ ସୋସିଆଲ ମିଡ଼ିଆରେ ଅନୁପଙ୍କ ବହୁତ ପ୍ରଶଂସା ହେଉଛି | ଅନୁପଙ୍କ ଟ୍ୱିଟ ମଧ୍ୟ ଭାଇରାଲ ହେବାରେ ଲାଗିଛି |

   Related Posts