Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଓଡ଼ିଆ ଗୀତ ଗାଇଲେ ବିଶିଷ୍ଟ ବଲିଉଡ କଣ୍ଠଶିଳ୍ପୀ ଅନୁପ ଜଲୋଟା, ସାଧନା ସରଗମ୍ ଏବଂ ସୁରେଶ ୱାଡେକର

29/01/2021 at 7:16 PM


ଭୁବନେଶ୍ୱର ୨୯/୦୧: ବିଶିଷ୍ଟ ବଲିଉଡ କଣ୍ଠଶିଳ୍ପୀଙ୍କୁ ନେଇ ୩ଟି ଗୀତ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ଯୁବ ସଂଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତ । ଗୀତିକାର ସୁବ୍ରତ ମହାନ୍ତିଙ୍କ ଲେଖାରେ କଣ୍ଠ ଦାନ କରିଛନ୍ତି, ପଦ୍ମଶ୍ରୀ ଅନୁପ ଜଲୋଟା , ପଦ୍ମଶ୍ରୀ ସୁରେଶ ୱାଡେକର ଓ ସାଧନା ସରଗମ । ଓଡିଆ ଗଜଲ ‘ହୃଦୟ‘ରେ ସାଧନା ସରଗମ୍ କଣ୍ଠଦାନ କରିଥିବା ବେଳେ, ପଦ୍ମଶ୍ରୀ ଅନୁପ ଜଲୋଟା ଓଡ଼ିଆ ଭଜନ ‘ ଶରଣ ଦିଅ’ ଓ ପଦ୍ମଶ୍ରୀ ସୁରେଶ ୱାଡେକର ‘ ‘ପ୍ରଭୁ ତୁମେ’ ଗୀତରେ କଣ୍ଠଦାନ କରିଛନ୍ତି । ଏହା ବ୍ୟତୀତ ଦେଶର ବିଭିନ୍ନ ୭ଟି ଭାଷାର ସ୍ୱରରେ ସେ ପ୍ରସ୍ତୁତ କରିଛନ୍ତି – ‘ହମ୍ ହିନ୍ଦୁସ୍ଥାନୀ’ ଦେଶଭକ୍ତି ସଂଗୀତ । ଏସବୁ ମୁକ୍ତିଲାଭ ଅପେକ୍ଷାରେ ରହିଛି ।

ସଂଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତଙ୍କର ହିନ୍ଦୁସ୍ଥାନୀ , କର୍ଣ୍ଣାଟକୀ ଓ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତରେ ଖୁବ ପାରଦର୍ଶିତା ରହିଛି । ଏବେ ସେ ଭୁବନେଶ୍ୱର କଳିଙ୍ଗନଗର ଡିଏଭି ପବ୍ଲିକ ସ୍କୁଲର ସଂଗୀତ ଶିକ୍ଷକ ଅଛନ୍ତି । ତାଙ୍କ ଜୀବନର ପ୍ରଥମ ସଂଗୀତ ନିର୍ଦ୍ଦେଶନା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ସହ ହୋଇଥିଲା । ଟେଲିଭିଜନର ଏକ ଧାରାବାହିକ ‘ ଚାଲ ଗାଁକୁ ଫେରିଯିବା’ରେ ସେ ଏହି ସୁଯୋଗ ପାଇଥିଲେ । ସେ ପ୍ରାୟ ୧ ହଜାରରୁ ଅଧିକ ଗୀତର ସ୍ୱର ସଂଯୋଜନା କରିଛନ୍ତି । କ୍ୟାସେଟ ସମୟରୁ ଅଦ୍ୟାବଧି ତାଙ୍କର ବହୁ ଗୀତ ଖୁବ ଲୋକପ୍ରିୟ ହୋଇଛି ।

ସେସବୁ ମଧ୍ୟରେ ଅଛି – ‘ମୁଁ ଦେବଦାସୀ’ , ‘ପଦ୍ମପାଦ’ , ‘ଯୁଗ ରହସ୍ୟ’ , ‘ଯେବେ କହ୍ନେଇ ଆସେ’ , ‘ମୋ କାନିରେ ବାନ୍ଧିଛି ଜଗାରେ ତୋତେ’ , ‘ମା’ କୋଶଳାଶୁଣି’ , କଳା ମୂରତୀ ଓ ସାଇ ଶରଣ । ଓଡ଼ିଆ ଭାଷାରେ ଗଜଲ ଧର୍ମୀ ଗୀତ ପ୍ରସ୍ତୁତ କରିବାରେ ମଧ୍ୟ ତାଙ୍କର ପ୍ରଚେଷ୍ଟା ମଧ୍ୟ ସଫଳ ହୋଇଛି । ‘ଷୋଳ ଫଗୁଣ’, ‘ପ୍ରିୟା ମୋ ସାଗରିକା’ଭଳି କିଛି ଆଧୁନିକ ଗୀତ ଏବଂ ‘ଫୁଲ ବଉଳ ବେଣୀ’ , ‘ଶିଳରେ ବାଟିଲି ପୁରୁଣା ସୋରିଷ’ ଆଦି ପଲ୍ଲୀଗୀତ ତାଙ୍କୁ ଖୁବ ଲୋକପ୍ରିୟତା ଦେଇଛି ।

ରାଜକିଶୋରଙ୍କ ସଂଗୀତ ନିର୍ଦ୍ଦେଶନାରେ ରାଜ୍ୟର ବହୁ ନାମୀ କଣ୍ଠଶିଳ୍ପୀ ଗୀତ ଗାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି – ଗୁରୁ ରାମହରି ଦାସ, ତାନସେନ ସିଂହ , ସୁବାସ ଦାସ , ତୃପ୍ତି ଦାସ , ଶାନ୍ତିଲତା ଛୋଟରାୟ , ସୌରଭ ନାୟକ , ଶ୍ରୀଚରଣ , ଈରା ମହାନ୍ତି , କୁମାର ବାପି , ମାନସ ପ୍ରିତମ , ବିଭୂକିଶୋର , ଶକ୍ତି ମିଶ୍ର , ତପୁ ମିଶ୍ର , ପମି ଓ ଶୈଳଭାମା ପ୍ରମୁଖ । ତାଙ୍କର ଏକ ଗବେଷଣାତ୍ମକ ସଙ୍ଗୀତ ପୁସ୍ତକ ‘ କଣ୍ଠ ସାଧନା’ ପ୍ରକାଶିତ ହୋଇଛି ।

   Related Posts