Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

୩୦ ବର୍ଷର ଜସଲିନଙ୍କୁ ଗର୍ଲଫ୍ରେଣ୍ଡ୍ କହି ବିଗ୍ ବସ୍ ରେ ଏଣ୍ଟ୍ରି କରିଥିଲେ ଅନୁପ ଜଲୋଟା

29/07/2021 at 2:15 PM

ନୂଆଦିଲ୍ଲୀ ୨୯/୦୭ : ‘ଏସି ଲାଗି ଲଗନ୍ ମୀରା ହୋ ଗଇ ମଗନ୍’ ଗାଇଥିବା ପ୍ରସିଦ୍ଧ ଭଜନ ସମ୍ରାଟ ଅନୁପ ଜଲୋଟା ଜୁଲାଇ ୨୯, ୧୯୫୩ ରେ ନୈନିତାଲରେ ଜନ୍ମଗ୍ରହଣ କରିଥିଲେ। ଅନୁପ ଜଲୋଟାଙ୍କ ଜୀବନ ଏତେ ବିବାଦ ମଧ୍ୟରେ ନଥିଲା, କିନ୍ତୁ ସେ ବିଗ୍ ବସ୍ ସିଜିନ୍ ୧୨ ଘରେ ପ୍ରବେଶ କରିବା ମାତ୍ରେ ହଠାତ୍ ଲାଇମ୍ ଲାଇଟକୁ ଆସିଥିଲେ। ଆଜି ତାଙ୍କର ଜନ୍ମଦିନ, ତେଣୁ ଏହି ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ସହ ଜଡିତ ଏକ ବିବାଦ ବିଷୟରେ…

anup jalota and jasleen

ବିଗ୍ ବସ୍ ର ଦ୍ୱାଦଶ ସିଜନରେ ଅନୁପ ଜଲୋଟା ଜସଲିନ୍ ମଥାରୁଙ୍କ ସହ ପହଞ୍ଚିଥିଲେ । ସୋ’ରେ ଏଣ୍ଟ୍ରି କରିବାବେଳେ ଜସଲିନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କହିଥିଲେ ଯେ ସେ ଅନୁପ ଜଲୋଟାଙ୍କ ଗର୍ଲଫ୍ରେଣ୍ଡ। ଏହା ପରେ ଲୋକମାନଙ୍କ ନଜର ଏହି ଫେକ୍ କପଲଙ୍କ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା ଏବଂ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା ।

anup jalota

ସୋ’ରୁ ବାହାରିବା ପରେ ଅନୁପ ସଫା ସଫା ମନା କରିଦେଇଥିଲେ ଯେ ଜସଲିନ୍ ତାଙ୍କର ଗର୍ଲଫ୍ରେଣ୍ଡ ନୁହଁନ୍ତି । ଜସଲିନ୍ କେବଳ ତାଙ୍କଠାରୁ ସଙ୍ଗୀତ ଶିଖନ୍ତି । ଉଭୟଙ୍କର ସମ୍ପର୍କ ହେଉଛି ଗୁରୁ-ଶିଷ୍ୟଙ୍କର । ଏଥି ସହିତ, ଜସଲିନଙ୍କ ବାପା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଅନୁପଙ୍କ ସହ ଏହି ସବୁ ବିଷୟରେ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ । କିନ୍ତୁ ଅନ୍ୟପକ୍ଷରେ, ସୋ’ରେ ରହିଥିବା ଜସଲିନ୍ ଅନୋପଙ୍କୁ ତାଙ୍କ ପ୍ରେମିକ ଭାବରେ କହିବା ବନ୍ଦ କରୁନଥିଲେ।

କିନ୍ତୁ ଯେତେବେଳେ ଜସଲିନ୍ ମଧ୍ୟ ସୋ’ରୁ ବାହାରିଥିଲେ, ସେତେବେଳେ ସେ ଏହି ଲଭଷ୍ଟୋରୀର ଖୁଲାସା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ କହିଥିଲେ ଯେ ସୋ’ରେ ଫେମସ୍ ହେବା ପାଇଁ ସେ ଏସବୁ କରିଛନ୍ତି ଏବଂ ଅନୁପ ଜଲୋଟା ଏ ବିଷୟରେ ମଧ୍ୟ ଜାଣି ନାହାଁନ୍ତି। ଏହା ତାଙ୍କର ସମସ୍ତ ସୁଚିନ୍ତିତ ରଣନୀତି ଥିଲା ।

anup jalota

ଏହା ପରେ ଯେତେବେଳେ ଅନୁପ ଜଲୋଟାଙ୍କୁ ଏକ ଇଣ୍ଟରଭ୍ୟୁରେ ଜସଲିନଙ୍କ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ ଜସଲିନଙ୍କ ପାଇଁ ଏକ ପୁଅ ଖୋଜୁଛନ୍ତି ଯିଏ ତାଙ୍କୁ ବହୁତ ଭଲ ପାଇବେ ଏବଂ ତାଙ୍କ ସହ ଭାଲେଣ୍ଟାଇନ୍ସ ଡେ ପାଳନ କରିବେ। ସେ କହିଥିଲେ ଯେ ସେ ସର୍ବଦା ଜସଲିନଙ୍କ ବିଷୟରେ ଭଲ ଚିନ୍ତା କରୁଛନ୍ତି। ବିଗ୍ ବସ୍ ରେ ଯାହା ବି ଥିଲା ସୋ’ର ଟିଆରପି ବୃଦ୍ଧି ପାଇଁ ଏକ ଷଡଯନ୍ତ୍ର ଥିଲା ।

   Related Posts