ପିଲା ଦିନର ସ୍ୱପ୍ନ ସାକାର ହେଲା, ଏବେ ଅନୁପ ହେବେ ଆଇଏଏସ ଅଫିସର

Published By : Prameya-News7 Bureau | August 05, 2020 IST

ଜଗତସିଂପୁର, ୦୫|୦୮: ପରିଶ୍ରମ ତ ସମସ୍ତେ କରନ୍ତି, କିନ୍ତୁ ଯୋଜନାବଦ୍ଧ ଭାବେ ଏବଂ ନିଷ୍ଠାପର, ଏକାଗ୍ରତା ମଧ୍ୟରେ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଅନୁପ ଦାସ । ୟୁପିଏସସି ପରୀକ୍ଷାରେ ସେ ୧୨୦ ରାଙ୍କ୍ ହାସଲ କରିଛନ୍ତି । ସେ ହେଉଛନ୍ତି ଜଗତସିଂପୁର ଜିଲ୍ଲା ନାଉଗାଁର ନୃସିଂହ ଚରଣ ଦାସଙ୍କ ପୁଅ ।

ସଫଳତା ଲାଭ କରିବା ପରେ ଅନୁପ କହିଛନ୍ତି ଯେ, ବାପା, ମାଆ ଓ ଶିକ୍ଷକଙ୍କ ପ୍ରେରଣାଦାୟୀ ପରାମର୍ଶ ତାଙ୍କୁ ଶିଖରରେ ପହଁଚାଇଛି । ସଫଳତା ପାଇଁ ଏହିମାନଙ୍କୁ ଶ୍ରେୟ ମିଳିବ । ବାପା ରେଳ ବିଭାଗରେ ଚାକିରୀ କରିଥିଲେ । ପାରାଦ୍ୱୀପ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ପରେ ସେ ଭୁବନେଶ୍ୱର ବିଜେବି କଲେଜରେ ପ୍ଲସ୍ ୨ ଓ ଦିଲ୍ଲୀର ହଂସରାଜ କଲେଜରେ ଜୀବ ବିଜ୍ଞାନରୁ ସ୍ୱାତକ ଶିକ୍ଷା ସମାପ୍ତ କରିଥିଲେ । ପିଜି ପରେ ସେ ୨୦୧୭ରେ ପ୍ରଥମେ ୟୁପିଏସସି ପରୀକ୍ଷା ଦେଇଥିଲେ । ପିଲାଦିନୁ ଆଇଏଏସ ହେବେ ବୋଲି ଆଶା ରହିଥିଲା ।

ସେ ଆହୁରି କହିଛନ୍ତି ୟେ, ପ୍ରଭୂ ଜଗନ୍ନାଥ ତାଙ୍କ ଡାକ ଶୁଣିଛନ୍ତି । ସଫଳତା ପାଇବା ପରେ ବହୁତ ଖୁସି ଲାଗୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.