ମହିତଳା ଛକ ନିକଟରେ ସଡକ ଦୁର୍ଘଟଣା, ଜଣେ ମୃତ

Published By : Prameya-News7 Bureau | February 07, 2020 IST

ଅନୁଗୁଳ ୦୭।୦୨: ଟ୍ରକ ଧକ୍କାରେ ଜଣେ ମୃତ । ଅନୁଗୁଳ ଜିଲ୍ଲା ମହିତଳା ନିକଟରେ ଦୁର୍ଘଟଣା ଘଟିଛି । ମୃତକ ବେଣାଗାଡିଆ ଗାଁର ଆଲୋକ ସିଂ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଜିନ୍ଦର ଷ୍ଟିଲ୍‌ ଏଣ୍ଡ  ପାଓ୍ବାର ଲିମିଟେଡ୍‌ କମ୍ପାନୀରୁ କାର୍ଯ୍ୟ ସାରି ଘରକୁ ଫେରୁଥିଲେ ଆଲୋକ । ହଠାତ୍‌ ମହିତଳା ଛକ ନିକଟରେ  ଏକ ଟ୍ରକ୍‌ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସେ ପଡିଯାଇଥିଲେ । ନିକଟରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳେକ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.