Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଗୋଟିଏ ପରେ ଗୋଟିଏ ଫିଲ୍ମରୁ ବାହାରୁଛନ୍ତି କାର୍ତ୍ତିକ: ଅନୁଭବ ସିହ୍ନା କହିଲେ, ତାଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି

5/06/2021 at 8:15 AM

ନୂଆଦିଲ୍ଲୀ ୦୫/୦୬: ଗତ କିଛି ଦିନ ହେବ ବଲିଉଡ ଅଭିନେତା କାର୍ତ୍ତିକ ଆରୟାନ୍ ଚର୍ଚ୍ଚାରେ ଅଛନ୍ତି । ପ୍ରଥମେ କରଣ ଜୋହର ତାଙ୍କୁ ତାଙ୍କ ଫିଲ୍ମ ଦୋସ୍ତାନା ୨ରୁ ବାହାର କରିଦେଇଥିଲେ। ଯାହା ପରେ ଅଭିନେତା ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ହେବାକୁ ଥିବା ଫିଲ୍ମରୁ ମଧ୍ୟ ବାହାରି ଯାଇଥିଲେ । ଏଥିସହିତ ନିକଟରେ ଆନନ୍ଦ ଏଲ ରାୟ ମଧ୍ୟ କାର୍ତ୍ତିକଙ୍କୁ ଫିଲ୍ମରୁ ବାହାର କରିଥିବାର ସୂଚନା ଆସିଥିଲା । ଯଦିଓ ଏହି ଘଟଣାରେ କାର୍ତ୍ତିକଙ୍କ ପକ୍ଷରୁ କୌଣସି ବିବୃତ୍ତି ସାମ୍ନାକୁ ଆସି ନାହିଁ, କିନ୍ତୁ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏହାର ପ୍ରତିକ୍ରିୟା ଦେଇଛନ୍ତି।

PunjabKesari

କାର୍ତ୍ତିକ ଆରୟାନଙ୍କୁ ସମର୍ଥନ କରୁଥିବା ଅନୁଭବ ସିହ୍ନା ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ଯେତେବେଳେ ନିର୍ମାତାମାନେ ଅଭିନେତାଙ୍କୁ ଛାଡିଥା’ନ୍ତି କିମ୍ବା ଅଭିନେତା ଫିଲ୍ମ ଛାଡିଥା’ନ୍ତି, ସେତେବେଳେ ସେମାନେ ଏହା ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ । ଏହା ସବୁବେଳେ ଘଟେ । ମୁଁ ନିଶ୍ଚିତ ଯେ କାର୍ତ୍ତିକ ଆରୟାନଙ୍କ ବିରୋଧରେ ଏକ ଷଡଯନ୍ତ୍ର ଚାଲିଛି ଏବଂ ଏହା ଅନ୍ୟାୟ । ମୁଁ ତାଙ୍କ ନୀରବତାକୁ ସମ୍ମାନ କରୁଛି ।’

ଏଥି ସହିତ କାର୍ତ୍ତିକଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମରୁ ବାହାର କରି ଦିଆଯାଉଥିବାକୁ ନେଇ ଲୋକମାନେ କହୁଛନ୍ତି ଯେ ଜଣେ ଆଉଟସାଇଡର ହେବା କାରଣରୁ ତାଙ୍କୁ ଏହି ସବୁ ସାମ୍ନା କରିବାକୁ ପଡୁଛି । ଏଥିସହ କିଛି ଲୋକଙ୍କ ଅନୁଯାୟୀ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରି ମଧ୍ୟ ତାଙ୍କୁ ନିର୍ଯାତନା ଦିଆଯାଉଛି ।

କାର୍ତ୍ତିକଙ୍କୁ ତାଙ୍କ ଫିଲ୍ମରୁ ବାଦ ଦେବା ସମ୍ପର୍କରେ ଆନନ୍ଦ ଏଲ୍ ରାୟ ଏକ ବିବୃତ୍ତି ଦେଇଥିଲେ । ସେ କହିଥିଲେ ଯେ ତାଙ୍କ ପ୍ରଡକ୍ସନ୍ ହାଉସ୍ କାର୍ତ୍ତିକଙ୍କୁ କୌଣସି ଫିଲ୍ମ ପାଇଁ ସାଇନ୍ କରିନଥିଲେ । ସେ କହିଥିଲେ ଯେ ଯେତେବେଳେ ଫିଲ୍ମର କାଷ୍ଟିଂ ହୋଇଥାଏ ସେତେବେଳେ ଅନେକ ଆକ୍ଟରଙ୍କ ସହିତ ଏହି ବିଷୟରେ ଆଲୋଚନା ହୋଇଥାଏ । କାର୍ତ୍ତିକଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲେ କିନ୍ତୁ ସେ ଫିଲ୍ମରେ କଦାପି ସାଇନ୍ କରିନଥିଲେ ।

   Related Posts