Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ମାମଲା ଏବେ ଅଦାଲତରେ, ଅଥଚ ଅନୁଭବ କହିଲେ ଘର କଥା ଘରେ ଅଛି, ମାନିଲେ ବର୍ଷା ଶାଶୂ ଘରେ ଅଛନ୍ତି

7/09/2020 at 7:05 PM

କଟକ, ୦୭।୦୯:  ସାଂସଦ ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନକୁ ନେଇ ଉଠିଥିବା ଝଡ  ଅଦାଲତରେ ପହଞ୍ଚିସାରିଛି। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ବାରା ଦାୟର ମାମଲାର ,ଆଜି  ପ୍ରାରମ୍ଭିକ ଶୁଣାଣି କରିଛନ୍ତି କଟକ  ଏସ ଡି ଜେ ଏମ୍ । ଏହା ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଘର କଥା ଘରେ ଅଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିନ୍ତି। ଏବେବି ବର୍ଷା ତାଙ୍କ ଘରେ ଅଛନ୍ତି ବୋଲି ସେ କହିଛନ୍ତି। ସେପଟେ ଯେତେ ଘୋଡ଼େଇଲେ ବି ଘର କଥା ରାଜନୀତି ଠାରୁ ଆରମ୍ଭ କରି ଫିଲ୍ମ ଦୁନିଆ ଯାଏଁ ହଟ ଟପିକ୍‌ ହୋଇଛି। 

ଘର କଥା ଘରେ ଅଛି। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏମିତି କିଛି ବିଶ୍ବାସ କରୁଛନ୍ତି। ଗତକାଲିର ପ୍ରେସ୍‌ ରିଲିଜ ପରେ ଆଜି କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି ଆଉ ବର୍ଷାଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି। ସାଂସଦ ଅନୁଭବ ନିଜ କଥା କହିବା ବେଳେ ସେପଟେ ପୋଲିସର ଆଶ୍ରୟ ନେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ତାଙ୍କ ଘରେ କେହି ପଶି ଭିଡିଓ ସୁଂଟି କରୁଥିବାରୁ ସେ ପୋଲିସ ଠାରୁ ସୁରକ୍ଷା ମାଗିଛନ୍ତି ।

ଘର କଥା ଘରେ ଅଛି ବୋଲି ସାଂସଦ କହୁଛନ୍ତି। ସେପଟେ କିନ୍ତୁ ତିନି ତିନିଟା କୋର୍ଟରେ ମାମଲା ଗଡୁଛି ଯେଉଁଥିରେ ପରସ୍ପର ବିରୋଧରେ ରଖିଛନ୍ତି ସାଂଘାତିକ ଅଭିଯୋଗମାନ। ବର୍ଷା ପ୍ରିୟ ଦର୍ଶିନୀ  ଅନୁଭବଙ୍କ ବିରୋଧରେ ଯେଉଁ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ଏହାର ପ୍ରାରମ୍ଭିକଶୁଣାଣି କଟକ ଏସଡିଜେଏମ କୋର୍ଟରେ ହୋଇଥିଲା। ବର୍ଷାଙ୍କ ବୟାନ ରୋକର୍ଡ କରି ରିପୋର୍ଟ ପ୍ରଦାନ କରିବା ଲାଗି କଟକ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ମାସ ୧୨ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣୀ ହେବ। ଏଥିସହିତ କଟକ ଫ୍ୟାମିଲି କୋର୍ଟରେ ବର୍ଷା ଯେଉଁ  ମାମଲା ଦାଏର କରିଥିଲେ, ଏହାର ମଧ୍ୟ ଆଜି ଶୁଣାଣୀ ହେବାର ଥିଲା। ଦାଏର ପିଟିସନରେ ସମ୍ଭବତଃ କିଛି ତ୍ରୁଟି ରହିଯାଇଥିବା କୋର୍ଟ ଅନୁଭବ କରିଛନ୍ତି । ତେଣୁ ତ୍ରୁଟି ସଂଶୋଧନ କରି ପୁନଃ ଆବେଦନ କରିବା ଲାଗି ଆସନ୍ତା ମାସ ୧୪ ତାରିଖ  ପର୍ଯ୍ୟନ୍ତ ବର୍ଷାଙ୍କୁ ମହଲତ ଦେଇଛନ୍ତି ଫାମିଲି କୋର୍ଟ କଟକ ।

ତେଣେ ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ସାସଂଦ ଅନୁଭବ ଦିଲ୍ଲୀ ପାଟିଆଲା ହାଉସକୋର୍ଟରେ ଆବେଦନ କରିଛନ୍ତି. ଯାହାର ଗ୍ରହଣୀୟତାକୁ ଚ୍ୟାଲେଞ କରିବାଲାଗି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ. ଏସଂକ୍ରାନ୍ତରେ ସେ ଯୁକ୍ତି ଦର୍ଶାଇଛନ୍ତିଯେ, ବର୍ଷାଙ୍କ ବାପା କିମ୍ବା ଭାଇ ନାହାଁନ୍ତି, ତାଙ୍କର ଆର୍ଥିକ ସ୍ଥିତି ମଧ୍ୟ ସ୍ବଛଳ ନୁହେଁ , ତେଣୁ ଦିଲ୍ଲୀରେ ଦାଏର ହୋଇଥିବା ମକୋଦ୍ଦମାକୁ କଟକ ସ୍ଥାନାନ୍ତର କରିବାଲାଗି ସେ ସର୍ବୋଚ୍ଚ ନ୍ୟାୟାଳଙ୍କ ଦ୍ବାରସ୍ଥ ହେବେ ।  ଯାହାର ଜବାବରେ ଅନୁଭବଙ୍କ ଓକିଲ କହିଛନ୍ତିକି , ହିନ୍ଦୁ ମ୍ୟାରେଜ ଆକ୍ଟ ୧୦୫୫ ଅନୁସାରେ ସେମାନେ ଉପଯୁକ୍ତ  ପିଟିସନ ଦାଖଲ କରିଛନ୍ତି।

ତେବେ ଏସ ଡି ଜେ ଏମଙ୍କ ନିର୍ଦ୍ଦେଶ ହେବାପରେ ଆଜି କଟକ ଜିଲ୍ଲା ସୁରକ୍ଷା ଅଧିକାରୀ ବର୍ଷା ପ୍ରିୟଦର୍ଶିନୀ ବୟାନକୁ ରେକର୍ଡ କରିଛନ୍ତି।  ତେଣେ ଅନୁଭବ ପାଟିଆଲା ହାଉସ କୋର୍ଟ ଦିଲ୍ଲୀରେ ଆଉ ୨ ଟି ପିଟିସନ ଦାଏର କରିଥିବାର ଖବର ଆସିଛି ।  ତେଣୁ ଘର କଥାର ଫୈସଲା କୋର୍ଟ ହିଁ କରିବେ ତାହାହିଁ ଉଭୟ ପକ୍ଷ ଅପେକ୍ଷା କରିଛନ୍ତି।

   Related Posts