ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଅନୁଭବ ଏବଂ ବର୍ଷା, ଉଭୟଙ୍କ ଉପସ୍ଥିତିରେ ଚାଲିଛି ଆଲୋଚନା

Published By : Prameya-News7 Bureau | December 29, 2020 IST

ଭୁବନେଶ୍ବର୨୯/୧୨: ବର୍ଷା- ଅନୁଭବଙ୍କ ପାରିବାରିକ ବିବାଦ ଧୀରେ ଧୀରେ ତେଜିବାରେ ଲାଗିଛି। ମଙ୍ଗଳବାର ମହିଳା କମିଶନଙ୍କ ନିକଟରେ ବର୍ଷା ହାଜର ହୋଇଛନ୍ତି। ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ ହାଜର ହେବା ପାଇଁ ନୋଟିସ କରାଯାଇଥିଲା। ନୋଟିସ୍ ପରେ ଶାରୀରିକ ଅସୁସ୍ଥ ଯୋଗୁଁ ଅନୁଭବଙ୍କ ବାପା ଏବଂ ମାଆ ମହିଳା କମିଶନଙ୍କ ନିକଟରେ ହାଜର ହୋଇପାରି ନାହାନ୍ତି। ବର୍ଷା ପହଞ୍ଚିବାର କିଛି ଘଣ୍ଟା ପରେ ଅନୁଭବ ମହିଳା କମିଶନଙ୍କ ନିକଟରେ ପହଞ୍ଚିଥିଲେ। ପାରିବାରିକ କଳହ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ସଂପର୍କରେ ତିକ୍ତତା ସୃଷ୍ଟି କରିଛି। ବର୍ତ୍ତମାନ ୨ ଜଣ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଅଛନ୍ତି। ଉଭୟଙ୍କ ଉପସ୍ଥିତିରେ ଚାଲିଛି ଆଲୋଚନା।

ସୂଚନାଯୋଗ୍ୟ ଯେ, ପାରିବାରିକ ବିବାଦ ଘଟଣାକୁ ନେଇ ପୁରୀ ଘାଟ​‌ ଥାନାରେ ଅନୁଭବଙ୍କ ବିରୋଧରେ ବର୍ଷା ଏତଲା ଦେଇଥିଲେ। ଏପରି କି ଉଭୟଙ୍କ ବିବାଦର ସମାଧାନ ପାଇଁ ବର୍ଷା-ଅନୁଭବ ୨ ଜଣ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.