ବିଜୁବାବୁ ଫିଲ୍ମ ପ୍ରଦର୍ଶନ ବିରୋଧ, ଅନୁଭବ ଅଭିନୟ କରିଥିବାରୁ ହେଉଛି ଆଚରଣ ବିଧି ଉଲ୍ଲଂଘନ

Published By : Prameya-News7 Bureau | April 01, 2019 IST

ଭୁବନେଶ୍ବର୧|୪(ସମୀକ୍ଷା ପଟ୍ଟନାୟକ):ଓଡ଼ିଶାରେ ବିଜୁବାକୁ ଫିଲ୍ମ ପ୍ରଦର୍ଶନକୁ କଳିଙ୍ଗସେନାର ବିରୋଧ । ଯେହେତୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ତେଣୁ ନିର୍ବାଚନ ସମୟରେ ଏହି ଫିଲ୍ମ ପ୍ରଦର୍ଶନ ବିରୋଧରେ ଅଭିଯୋଗ କରିଛି କଳିଙ୍ଗ ସେନା । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫିଲ୍ମ ପ୍ରଦର୍ଶନକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି କଳିଙ୍ଗସେନା ଆବାହକ ହେମନ୍ତ ରଥ ।

{"id":99149,"width":591,"height":332}

ନିର୍ବାଚନ ସମୟରେ ଫିଲ୍ମ ରିଲିଜ୍‌କୁ ନେଇ ବିବାଦ । କିଛି ଦିନ ତଳେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ରିଲିଜକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଆଉ ଏବେ ଓଡ଼ିଶାରେ ଗଲା ଶୁକ୍ରବାର ରିଲିଜ୍‌ ହୋଇଥିବାଓଡ଼ିଆ ଫିଲ୍ମ ବିଜୁବାବୁକୁ ନେଇ ପ୍ରଶ୍ନ ଉଠାଇଛି କଳିଙ୍ଗ ସେନା । ଗଲା ଶୁକ୍ରବାର ରିଲିଜ୍‌ ହୋଇଛି ଓଡ଼ିଆ ଫିଲ୍ମ ବିଜୁବାବୁ । ପାଖାପାଖି ୯୦ଟି ସିନେମା ହଲରେ ଏହି ଫିଲ୍ମକୁ ରିଲିଜ୍‌ କରାଯାଇଛି । ଏଥିରେ ମୁଖ୍ୟ ଚରିତ୍ରରେ ରହିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି । ତେବେ ଅନୁଭବ ଏବେ କେନ୍ଦ୍ରାପଡ଼ାରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ସମୟରେ ଏହି ଫିଲ୍ମକୁ କିଭଳି ପ୍ରଦର୍ଶନ ହେବାକୁ ସୁଯୋଗ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛି କଳିଙ୍ଗ ସେନା ।

{"id":99150,"width":597,"height":336}

ବିଜୁବାବୁଙ୍କ ଚରିତ୍ରରୁ ଅନୁପ୍ରାଣିତ ହୋଇଥିବା ଜଣେ ଯୁବକର କାହାଣୀକୁ ଏହି ଫିଲ୍ମରେ ପ୍ରଦର୍ଶନ କରାଯାଇଛି । ହାଇ ବଜେଟ୍‌, ଭରପୁର ଆକ୍ସନ ଓ ଡ୍ରାମା ଏବଂ ସୋସିଆଲ ଆଓ୍ବାରନେସକୁ ନେଇ ପରଦାକୁ ଆସିଛି ଏହି ଫିଲ୍ମ । ତଥାପି ଯେତେବେଳେ ନିର୍ବାଚନ ପାଇଁ କୋଡ଼ ଅପ୍‌ କଣ୍ଡକ୍ଟ ଲାଗୁ ହୋଇସାରିଛି । ସେତେବେଳେ ଗୋଟେ ରାଜନୈତିକ ଦଳର ପ୍ରାର୍ଥୀ ହୋଇଥିବା ଫିଲ୍ମ ଷ୍ଟାରଙ୍କ ଅଭିନୀତ ଫିଲ୍ମକୁ ଏଭଳି ସମୟରେ ରାଜ୍ୟର ବିଭିନ୍ନ ହଲରେ ପ୍ରଦର୍ଶନ କରାଯିବା ପଛରେ ଭୋଟରଙ୍କୁ ପ୍ରଭାବିତ କରିବାର ରଣନୀତି ଆଶଙ୍କା କରିଛି କଳିଙ୍ଗସେନା । ତେବେ କଳିଙ୍ଗସେନାର ଅଭିଯୋଗ ପରେ ଏହା ଉପରେ ତର୍ଜମା କରିବାକୁ କହିଛନ୍ତି ସିଇଓ ।

{"id":99151,"width":596,"height":335}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.